Latest Odisha News

BREAKING NEWS

ଆଗାମୀ ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ଯୋଗୀ ଆଦିତ୍ୟନାଥ !

ଅଯୋଧ୍ୟା: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଅଯୋଧ୍ୟା ବିଧାୟକ ବେଦ ପ୍ରକାଶ ଗୁପ୍ତା ମଧ୍ୟ ଖୁସିରେ ଏହି ସିଟ ଯୋଗୀଙ୍କ ପାଇଁ ଛାଡିଦେବେ ବୋଲି କହିଛନ୍ତି । ତେବେ ପ୍ରକୃତ ଘଟଣାଟି ହେଲା ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ଗସ୍ତରେ ଆସିଥିଲେ । ସେ ଯିବା ପରେ ସାମ୍ବାଦିକମାନେ ବେଦପ୍ରକାଶଙ୍କୁ ପଚରାରିଥିଲେ ଯୋଗୀ ଆଦିତ୍ୟନାଥ ଏଠାରୁ ନିର୍ବାଚନ ଲଢ଼ିବେ ? ଏହାର ଉତରରେ ସେ କହିଥିଲେ ଏହା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର ବିଷୟ ହେବ ।

ସୂଚନାଯୋଗ୍ୟ, ଯୋଗୀ ଗୋରଖପୁରରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୨ରେ କିଏ କେଉଁଠାରୁ ଲଢ଼ିବ ତାହା ଦଳ ସ୍ଥିର କରିବ ବୋଲି ବେଦପ୍ରକାଶ କହିଛନ୍ତି ।

Leave A Reply

Your email address will not be published.