Latest Odisha News

ଅକ୍ଷୟ କୁମାର ଓ ସନ୍ନି ଦେଓଲଙ୍କ ସହ ଫିଲ୍ମ କରିଥିଲେ ଦିବ୍ୟା ଭାରତୀ

ନୂଆଦିଲ୍ଲୀ: ଦିବ୍ୟା ଭାରତୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ୯୦ ଦଶକରେ ସେ ବହୁ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୟର ଯାଦୁ ଆଜି ବି  ପ୍ରଶଂସକଙ୍କ ହୃଦୟରେ ରହିଛି । ତେବେ ୧୯ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ  ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶୋଲା, ଶବନମ, ରଙ୍ଗ୍,  ଦିଲ୍ ଆଶାନ୍ ହେ ଓ ଦିୱାନ୍ ଫିଲ୍ମରେ ତାଙ୍କ ଅଭିନୟକୁ ଫ୍ୟାନ୍ସମାନେ ପସନ୍ଦ କରିଥିଲେ ।  ସେ ଗୋଟିଏ ବର୍ଷରେ ୪ରୁ ଅଧିକ ହିଟ୍ ଫିଲ୍ମ ଦେଇଥିଲେ ।  ହେଲେ ଆପଣମାନେ ଜାଣିଛନ୍ତି ସେ ଖିଲାଡି କୁମାର ଅକ୍ଷୟ ଏବଂ ସନ୍ନି ଦେଓଲଙ୍କ ସହ ମଧ୍ୟ କାମ କରିଛନ୍ତି । କିନ୍ତୁ ଏହି ଫିଲ୍ମ ପରଦାକୁ ଆସି ପାରି ନଥିଲା ।

ଏକ ସୂଚନା ଅନୁସାରେ, ଅକ୍ଷୟ କୁମାର, ଦିବ୍ୟା ଭାରତୀ, ଡାନି ଡେନଜୋଙ୍ଗପା, ପ୍ରାଣଙ୍କୁ ୧୯୯୩ ମସିହାରେ ଫିଲ୍ମ ‘ପାରିନାମ’ରେ ଦେଖିବାକୁ ମିଳିଥାଆନ୍ତା। ପାର୍ଥ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।  ତେବେ ଦିବ୍ୟା ଭାରତୀଙ୍କ ମୃତ୍ୟୁ କାରଣରୁ  ଏହି ଫିଲ୍ମ ରିଲିଜ ହୋଇପାରି ନଥିଲା। ଏହା ବ୍ୟତୀତ ୧୯୯୩ ମସିହାରେ ସନ୍ନି ଦେଓଲଙ୍କ ସହ ଦିବ୍ୟା ଭାରତୀଙ୍କୁ ‘ୟାତ୍ରା’ ଫିଲ୍ମରେ ଅଭିନୟ ଦେଖିବାକୁ ମିଳିଥାଆନ୍ତା । ଏହି ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇଯାଇଥିଲା ।  କିନ୍ତୁ ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଏହି ଫିଲ୍ମ ମଧ୍ୟ ବନ୍ଦ ହୋଇଗଲା ।  ତେବେ ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ଫିଲ୍ମ ‘ରଙ୍ଗ’ ଓ ‘ଶତରଞ୍ଜ’ ରିଲିଜ୍ ହୋଇଥିଲା ।

ସୂଚନାଅନୁସାରେ, ସାଜିଦ ନାଦିଆଡୱାଲା ଓ ଦିବ୍ୟା ଭାରତୀ ପ୍ରଥମ ଥର ପାଇଁ  ଫିଲ୍ମ ଶୋଲା ଓ ଶବନମ୍  ସେଟରେ ଦୁହେଁଙ୍କ ସାକ୍ଷାତ ହୋଇଥିଲା । ଏହାପରେ  ସାଜିଦ୍ ପ୍ରଥମ ଦେଖାରେ  ଦିବ୍ୟାଙ୍କ ପ୍ରେମରେ ପଡିଥିଲେ । ଧୀରେ ଧୀରେ ସେମାନଙ୍କ ବନ୍ଧୁତା ବୃଦ୍ଧି ପାଇଥିଲା ।  ଆଉ ଏହା ପ୍ରେମରେ ପରିଣତ ହୋଇଥିଲା ।  ୧୯୯୨ ମସିହା ମେ’ ୧୦ ତାରିଖରେ ସାଜିଦ ନାଦିଆଡୱାଲା ଦିବ୍ୟା ଭାରତୀଙ୍କୁ ବିବାହ କରିଥିଲେ । ବିବାହର ଦଶ ମାସ ପରେ ଦିବ୍ୟା ତାଙ୍କ ଆପର୍ଟମେଣ୍ଟର ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।  ଦିବ୍ୟାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସାଜିଦ ନାଦିଆଡୱାଲାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ହେଲେ କୌଣସି ଅଭିଯୋଗ ପ୍ରମାଣିତ ହୋଇପାରି ନଥିଲା ।

Comments are closed.