Latest Odisha News

BREAKING NEWS

[ଭିଡିଓ] ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନାଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଅଚାନକ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ୟେ ରିସ୍ତା କ୍ୟା କେହଲାତା ହୈ ଭଳି ପପୁଲାର ସିରିଜରେ ଅଭିନୟ କରିଥିବା ଦିବ୍ୟାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ଟିଭି ଇଣ୍ଡଷ୍ଟ୍ରୀ । ଦୀର୍ଘ ୧୫ଦିନ ଧରି ସେ କରୋନା ଭାଇରସ୍ ସହ ଜୁଝୁଥିଲେ । ଯେଉଁଠି ତାଙ୍କ ମୃତ୍ୟୁକୁ ନେଇ ଅନେକ ଶୋକ ପ୍ରକାଶ କରିଥିଲେ, ସେଠି ଅଭିନେତ୍ରୀ ଦେବୋଲିନା କିନ୍ତୁ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି ।

ବ୍ୟକ୍ତିଗତ ଜୀବନରେ ଦେବୋଲିନା ଓ ଦିବ୍ୟାଙ୍କ ମଧ୍ୟରେ ନିବିଡ ସଂପର୍କ ରହିଥିଲା । ତେବେ ଦିବ୍ୟାଙ୍କ ମୃତ୍ୟୁ ପରେ ଦେବୋଲିନା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଦିବ୍ୟା ଓ ତାଙ୍କ ସ୍ୱାମୀ ଗଗନ ଗବ୍‌ରୁଙ୍କୁ ନେଇ ଅନେକ ଅଜଣା କଥା ସାମ୍ନାକୁ ଆଣିଛନ୍ତି ।

 

View this post on Instagram

 

A post shared by Devoleena Bhattacharjee (@devoleena)

ଭିଡିଓରେ ଦେବୋଲିନାଙ୍କୁ ଖୁବ କାନ୍ଦିବାରେ ଦେଖିବାକୁ ମିଳିଛି । ଦିବ୍ୟାଙ୍କ ମୃତ୍ୟୁ କରୋନା ପାଇଁ ହୋଇଥିଲେ ହେଁ, ସେ ଦୀର୍ଘଦିନ ଧରି ମାନସିକ ଯନ୍ତ୍ରଣାରେ ଜର୍ଜରିତ ଥିଲେ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଦିବ୍ୟା ଖୁବ ଦୁଃଖିତ ଥିଲେ । ଏପରିକି ଦିବ୍ୟାଙ୍କୁ ତାଙ୍କ ସ୍ୱାମୀ ଗଗନ ପ୍ରାୟତଃ ମାରପିଟ୍ କରୁଥିବାବେଳେ କରୱା ଚୌଥରେ ବି ହାଚ ଉଠାଇବାକୁ ପଛାଇନଥିଲେ । ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନା ଏପରି ଅନେକ ଅଭିଯୋଗ ଆଣିବା ପରେ ଗଗନ ଗବରୁଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି ।

Leave A Reply

Your email address will not be published.