Latest Odisha News

ଇନଷ୍ଟାଗ୍ରାମରୁ ସ୍ଵାମୀଙ୍କ ନାମ ହଟାଇଲେ ଦିବ୍ୟା ଖୋସଲା, ଟି-ସିରିଜ୍ କୁ ମଧ୍ୟ ଅନଫଲୋ କଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ଦିବ୍ୟା ଖୋସଲା କୁମାର ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଫ୍ରଣ୍ଟପେଜ୍ ରେ ରହିଛନ୍ତି । ତାଙ୍କ ସ୍ୱାମୀ ଏବଂ ଟି-ସିରିଜ୍ ମାଲିକ ଭୂଷଣ କୁମାରଙ୍କ ମଧ୍ୟରେ କିଛି ଭଲ ଚାଲିନଥିବା ଖବର ରହିଛି ।

କୁହାଯାଉଛି ଯେ, ଅଭିନେତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରୁ ‘କୁମାର’ ସରନେମ ହଟାଇ କେବଳ ଦିବ୍ୟା ଖୋସଲା ରଖିଛନ୍ତି । ସ୍ଵାମୀ ଭୂଷଣ କୁମାରଙ୍କ ଟି-ସିରିଜ୍ କୁ ମଧ୍ୟ ଅନଫଲୋ କରିଦେଇଥିବା ଦେଖିବାକୁ ମିଳିଛ । ଏଭଳି ପରିସ୍ଥିତିରେ କୁହାଯାଇଛି ଯେ, ଦିବ୍ୟା ଭୂଷଣଙ୍କୁ ଛାଡପତ୍ର ଦେବେ ।

ବର୍ତ୍ତମାନ ଦିବ୍ୟା ତାଙ୍କର ଆଗାମୀ ଫିଲ୍ମ ‘ହିରୋ ହିରୋଇନ୍’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ସେ ଦକ୍ଷିଣ ଫିଲ୍ମରେ ଡେବ୍ୟୁ କରିବେ । ବଲିଉଡ ଚଳଚ୍ଚିତ୍ରରେ ତାଙ୍କୁ ଶେଷ ଥର ପାଇଁ ‘ୟାରିୟାନ-୨’ (୨୦୨୩) ଏବଂ ‘ସତ୍ୟମେବ ଜୟତେ-୨’ (୨୦୨୧) ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।

ତେବେ ସ୍ୱର୍ଗତଃ ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାର ଓ ବୋହୁ ହେଉଛନ୍ତି ଦିବ୍ୟା ଖୋସଲା । ଉଭୟଙ୍କ ପ୍ରଥମ ଦେଖା ଫିଲ୍ମ ‘ଅବ ତୁମହାରେ ହୱାଲେ ୱତନ ସାଥିୟୋଁ’ର ସୁଟିଂ ସେଟରେ ହୋଇଥିଲା । ଏଠାରୁ ହିଁ ସେମାନଙ୍କ ପ୍ରେମ ବିଷୟରେ ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଦୀର୍ଘ ସମୟ ପରେ ଦିବ୍ୟା ୧୩ ଫେବୃଆରୀ ୨୦୦୫ ରେ ଜମ୍ମୁର ବୈଷ୍ଣୋ ଦେବୀ ମନ୍ଦିରରେ ଭୂଷଣଙ୍କୁ ବିବାହ କରିଥିଲେ । ସବୁବେଳେ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ମିଡିଆ ଠାରୁ ଲୁଚେଇ ରଖିଥାନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ରକୁ ନେଇ କଳ୍ପନା ଜଳ୍ପନା ଚାଲିଛି ।

ତେବେ କାହିଁକି ଦିବ୍ୟା ଖୋସଲା ଆଉ ଦିବ୍ୟା ଖୋସଲା କୁମାର ନାହାନ୍ତି? କେଉଁ କାରଣରୁ ଦିବ୍ୟା ଏସବୁ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments are closed.