Latest Odisha News

BREAKING NEWS

ଆସନ୍ତୁ ଜାଣିବା ଦୀପାବଳି ଓ ମାଆ ଲକ୍ଷ୍ମୀଙ୍କ ପୂଜା ପୂର୍ବରୁ ଘରୁ କେଉଁ କେଉଁ ବସ୍ତୁ ବାହାର କରିନେବା ଉଚିତ

ପୁରୀ:ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ଦୀପାବଳି ଅନ୍ୟତମ । ଏହା କାର୍ତିକ ମାସ ଅମାବାସ୍ୟାରେ ପାଳନ କରାଯାଇଥାଏ । ଏହି ଦିନ ମାଆ ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ସମସ୍ତେ ଘର ଦ୍ୱାର, ଦୋକାନ ସଫା ରଖିବା ସହ ରଙ୍ଗ ମଧ୍ୟ କରିଥାନ୍ତି । ଆସନ୍ତୁ ଜାଣିବା ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରେ କିମ୍ବା ଦୋକାନରେ କେଉଁ ବସ୍ତୁ ରଖିବା ନାହିଁ ।
୧.ଭଙ୍ଗା ଦର୍ପଣ: ବିଭିନ୍ନ ପୌରାଣିକ ତତ୍ୱ ଓ ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ଦର୍ପଣ ଯୋଗୁ ଘରେ ନକରାତ୍ମକ ଉର୍ଜା ରହିଥାଏ । ଘରର ସଦସ୍ୟ ଏଥିଯୋଗୁ ଚାପରେ ରହିଥାନ୍ତି ।
୨.ଭଙ୍ଗା ଆସବାବପତ୍ର: ଘରେ ଥିବା ଭଙ୍ଗା ଆସବାବପତ୍ର ମଧ୍ୟ ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।
୩.ଭଙ୍ଗା ମୂର୍ତି: ଘରେ ଯଦି ଦେବ ଦେବୀଙ୍କ ଭଙ୍ଗା ମୂର୍ତି ରହିଛି ତାହାକୁ ତୁରନ୍ତ ହଟାଇଦେବା କଥା । ଦୀପାବଳି ପୂର୍ବରୁ ଏହି ମୂର୍ତିକୁ ପବିତ୍ର ସ୍ଥାନରେ ପୋତିଦେବା ଉଚିତ ।

୪.ଭଙ୍ଗାରୁଜା ବାସନ: ଏହାକୁ ବ୍ୟବହାର କରିବା ଅଶୁଭ ବିବେଚନା କରାଯାଏ । ଧନ ସମ୍ପତିର ବୃଦ୍ଧି ଏହା ରୋକିଥାଏ । ମାଆ ଲକ୍ଷ୍ମୀ ଆସିବା ପୂର୍ବରୁ ଏହାକୁ ହଟେଇଦେବା ଉଚିତ ।
୫. ପୁରଣା ଚପଲ: ପୁରୁଣା ଜୋତା ଓ ଚପଲ ମଧ୍ୟ ଘରେ ନକରାତ୍ମକ ଉର୍ଜାକୁ ବାନ୍ଧି ରଖିଥାଏ । ସଫାସୁତରା ବେଳେ ଏହାକୁୂ ବାହାର କରିଦେବା ଉଚିତ ।
୬.ବନ୍ଦ ଘଡି: ଘରେ ବନ୍ଦ କିମ୍ବା ଖରାପ ଥିବା ଘଡି ରଖିବା ଠିକ୍ ନୁହେଁ । ଦୀପାବଳି ପୂର୍ବରୁ ଏହାକୁ ରିପେୟାରିଂ କରି ଠିକ୍ କରିବା ଉଚିତ । ଅନ୍ୟଥା ଏହା ତୁମର ଉନ୍ନତିରେ ବାଧା ସୃଷ୍ଟି କରିବ ।
୭.ଖରାପ ହୋଇ ପଡିଥିବା ଇଲେକଟ୍ରୋନିକ ସାମଗ୍ରୀ: ଖରାପ ହୋଇ ପଡି ରହିଥିବା ଇଲେକଟ୍ରୋନିକ ସାମଗ୍ରୀକୁ ତିଆରି କରାଇ ନେବା କଥା । ଯଦି ଏହା ତିଆରି ହେଇପାରୁ ନାହିଁ ତାହାହେଲେ ଘରୁ ହଟେଇଦେବା ବୁଦ୍ଧିମାନର କାମ ହେବ । ଏହି ସବୁ ଜିନିଷ ରହିଲେ ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଫଳରେ ଧନ ସମ୍ପତି ଆସିବାରେ ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ।

Comments are closed.