Latest Odisha News

କର୍ମଚାରୀଙ୍କ ଲାଗି ଦୀପାବଳି ଉପହାର, ମହଙ୍ଗା ଭତ୍ତା ବଢାଇଲେ ସରକାର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନଙ୍କ ପାଇଁ କେନ୍ଦ୍ର ସରକାର ବୁଧବାର ଦିନ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ମଞ୍ଜୁର କରିଛନ୍ତି । ଏହାଦ୍ୱାରା ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ମଞ୍ଜୁର କରାଯାଇଥିବା ବେଳେ ଏହା ଏବେ ୧୭ ପ୍ରତିଶତରେ ପହଞ୍ଚିଛି ।

ଦୀପାବଳିର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତତ୍ତି ଦ୍ୱାରା ସରକାରୀ କର୍ମଚାରୀ ମହଲରେ ଖୁସି ପ୍ରକାଶ ପାଇଛି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି, ବିଗତ ବର୍ଷ ତୁଳନାରେ ଏଥର ମହଙ୍ଗା ଭତ୍ତା ସର୍ବାଧିକ ବୃଦ୍ଧି ପାଇଛି । ଏହି ଭତ୍ତା ବୃଦ୍ଧି ଫଳରେ ସରକାରଙ୍କ ଉପରେ ୧୬ ହଜାର ଟଙ୍କାର ଅତିରିକ୍ତ ବୋଝ ପଡିବ । ଆହୁରି ମଧ୍ୟ ଏହି ମହଙ୍ଗା ଭତ୍ତା ବୃଦ୍ଧିକୁ ଜାଭେଦକର କର୍ମଚାରୀଙ୍କ ଲାଗି ଦୀପାବଳି ଉପହାର ବୋଲି କହିଛନ୍ତି ।

Comments are closed.