Latest Odisha News

BREAKING NEWS

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲା : ଆସିଲା ପୋଷ୍ଟମଟର୍ମ ରିପୋର୍ଟ 

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲା । ଆସିଲା ପୋଷ୍ଟମଟର୍ମ ରିପୋର୍ଟ  । ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜେକ୍ସଙ୍କ ବେକରେ ରହିଛି ଦୌଡ଼ି ଚିହ୍ନ । ମୃତଦେହ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଶନିବାର ସଂଧ୍ୟାରେ  ଆଜେକ୍ସ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଏହା ପଛରେ ତାଙ୍କ ପ୍ରେମିକା ଓ ପୁରୁଷବନ୍ଧୁ ରହିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତ ୧୭ ତାରିଖରେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ବାରମ୍ବାର କଲ୍‌ କରିଥିଲେ ଆଜେକ୍ସ। ଆଜେକ୍ସ ତାଙ୍କ ବାନ୍ଧବୀଙ୍କୁ ଚାଟ୍‌ରେ ଲେଖିଥିଲେ ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି । ତେବେ ଆଜେକ୍ସଙ୍କ ଏଭଳି ଚାଟ୍‌ ପୋଲିସ ହସ୍ତଗତ ହୋଇଛି । ଯାହାକୁ ନେଇ ପୋଲିସ ସନ୍ଦେହ ଦୂର ହୋଇଛି ।

ସେପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜି ଜେରା ହେବା ନେଇ ସୂଚନା ରହିଛି । ଅନ୍ତରଙ୍ଗ ଫଟୋ,ଭିଡିଓ ଓ ବ୍ଲାକମେଲ ନେଇ ଜେରା କରିପାରେ ପୋଲିସ । ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ବ୍ଲାକମେଲ କରାଯାଉଥିବା ଭିଡିଓକୁ ନେଇ ସନ୍ଦେହ ଘେରରେ ରହିଛି ପୋଲିସ  । ତେବେ ଅଧିକ ତଦନ୍ତ ହେବା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ।

 

 

 

 

Leave A Reply

Your email address will not be published.