Latest Odisha News

BREAKING NEWS

ଆସୁଛି ରାମ ନବମୀ, ଭଦ୍ରକରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଓ RAFର ମିଳିତ ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ : ଶ୍ରୀରାମ ନବମୀ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଭଦ୍ରକରେ ପହଞ୍ଚିଛନ୍ତି 60 ଜଣିଆ ରାପିଡ୍ ଆକ୍ସନ୍ ଫୋର୍ସ(RAF) । ଆଜି (ମଙ୍ଗଳବାର) ଉଭୟ ଜିଲ୍ଲା ପୋଲିସ ଓ RAF ଫୋର୍ସ ପକ୍ଷରୁ ଜିଲ୍ଲାର ବନ୍ତ ଛକଠାରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା । ଜିଲ୍ଲା ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ଅପରାହ୍ନରେ ପୁରୁଣା ବଜାର ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯିବ। ଏହି ଫ୍ଲାଗ୍ ମାର୍ଚ୍ଚରେ ଜିଲ୍ଲା ପୋଲିସରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ ।

ଆଗାମୀ ପବିତ୍ର ଶ୍ରୀରାମ ନବମୀକୁ କିପରି ଶାନ୍ତି ଶୃଙ୍ଖଳାର ସହିତ ଶେଷ କରାଯିବ ସେନେଇ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଉଥିବା କହିଛନ୍ତି ଜିଲ୍ଲା ଡିଏସପି(ସିଟି) ଅଂଶୁମାନ ଦ୍ବିବେଦୀ ।

 

Leave A Reply

Your email address will not be published.