Latest Odisha News

ଜୋକୋଭିଚ ଜିତିଲେ ରେକର୍ଡ ୨୪ ଗ୍ରାଣ୍ଡ ସ୍ଲାମ ଟାଇଟଲ

ନ୍ୟୁୟର୍କ: ସର୍ବିୟାର ନୋଭାକ ଜୋକୋଭିଚ ୟୁଏସ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ରୁଷର ଡାନିୟଲ ମେଦବେଦେଭଙ୍କୁ ୬-୩, ୭-୬, ୬-୩ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସେ ସହଜରେ ବିଜୟ ହାସଲ କରିଥିଲେ । ତେବେ ଦ୍ୱିତୀୟ ସେଟରେ ଡାନିୟଲ କଡା ସଂଘର୍ଷ କରିଥିଲେ ମଧ୍ୟ ଶେଷରେ ପଛରେ ରହି ଯାଇଥିଲେ । ଏଥିସହ ସେ ୨୦୨୧ ୟୁଏସ ଓପନ ଫାଇନାଲର ମଧୂର ପ୍ରତିଶୋଧ ନେଇ ପାରିଛନ୍ତି । ଜୋକୋଭିଚ ରେକର୍ଡ ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଅଷ୍ଟ୍ରେଲିଆର ପୂର୍ବତନ ଟେନିସ ଷ୍ଟାର ମାର୍ଗେରେଟଙ୍କ ସହ ସମକକ୍ଷ ହୋଇଛନ୍ତି ।

୩୬ ବର୍ଷୀୟ ଜୋକୋଭିଚଙ୍କ ଏହା ୪ର୍ଥ ୟୁଏସ ଓପନ ଟାଇଟଲ । ସେ ୨୦୧୧, ୨୦୧୫ ଓ ୨୦୧୮ରେ ଟାଇଟଲ ହାସଲ କରିଥିଲେ । ଜୋକୋଭିଚ ରେକର୍ଡ ୩୬ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ । ସେ ଉଭୟ ପୁରୁଷ ଏବଂ ମହିଳାଙ୍କ ଓପନ ଏରାରେ ୨୪ ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଆମେରିକାର ସେରେନା ୱିଲିୟମ୍ସ ୨୩ ଟାଇଟଲ ଜିତିଥିଲେ । ୧୯୬୮ରୁ ଓପନ ଏରା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.