Latest Odisha News

ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ: ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍

ଭୁବନେଶ୍ୱର:ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ । ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଲୁକ୍ ଆଉଟ୍ ସର୍କୁଲାର୍ । ଲୁକ ଆଉଟ  ସର୍କୁଲାର ଜାରି କଲା କମିଶନରେଟ ପୋଲିସ । ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ  କମିଶନରେଟ ପୋଲିସ ଏକ  ସ୍ୱତନ୍ତ୍ର ଟିମ ଗଠନ କରିଥିଲା ।

ଏହି ଟିମ କଲିକତା ଯାଇଥିଲା  । ହେଲେ  ପୋଲିସ ଟିମ୍ ସୌରିନଙ୍କୁ ନ ପାଇ ଖାଲି ହାତରେ ଫେରି ଆସିଛି । ଏହା ପରେ ତାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର କମିଶନରେଟ ପୋଲିସ ଜାରି କରିଛି ବୋଲି  ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର।

ପୋଲିସ ଟିମ ଯାଇ  କଲିକତାର ତିନୋଟି ସ୍ଥାନରେ ସୌରିନଙ୍କୁ ଖୋଜିବାକୁ ପ୍ରୟାସ କରିଥିଲା  ।  ସୌରୀନ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଏ ନେଇ ସୌରିନ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ କରିଥିଲେ ହେଁ ହାଇକୋର୍ଟ ଏହାକୁ ନାମଞ୍ଜୁର କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ଏପରିକି ସୌରିନ ସେହି ମହିଳାଙ୍କ ଠାରୁ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।

ତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୋଲିସ୍‌ । ଥାନାରେ ହାଜର ହେବା ପାଇଁ ପୋଲିସ ତାଙ୍କୁ ନୋଟିସ୍ ଦେଇଥିଲା। କିନ୍ତୁ ସୌରିନ ଧରାଛୁଆଁ ଦେଇ ନଥିଲେ। ଏମିତିକି ପୋଲିସର ଏକ ଟିମ୍ କୋଲକାତା ସ୍ଥିତ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସୌରିନ ସେଠାରେ ନଥିଲେ । ପରେ ହାଇକୋର୍ଟ ଯାଇ ଅନ୍ତରୀଣ ସୁରକ୍ଷା ଆଣିଥିଲେ ସୌରିନ । ଏହା ସହ ଆଗୁଆ ଜାମିନ ଆବେଦନ କରିଥିଲେ।

Leave A Reply

Your email address will not be published.