Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଓପନ ଟେନିସ: ଅଧାରୁ ଓହରିଲେ ଜୋକୋଭିଚ, ଫାଇନାଲରେ ଜ୍ୟେରେଭ

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଫାଇନାଲରେ ପ୍ରବେଶ କରିପାରି ନାହାନ୍ତି । ଜର୍ମାନୀର ଆଲେକଜାଣ୍ଡର ଜ୍ୟେରଭ ବିପକ୍ଷ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଜୋକୋଭିଚ ଅଧାରୁ ଓହରି ଯାଇଥିଲେ । ଜ୍ୟେରେଭ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ସେଟ ଜ୍ୟେରେଭ ୭-୬ରେ ଜିତିବା ପରେ ଜୋକୋଭିଚ ନିଜ ବ୍ୟାଗ ଉଠାଇବା ସହ ରେଫରୀ ଆଉ ଖେଳିପାରିବେ ନାହିଁ ବୋଲି ସୂଚନା ଦେଇଥିଲେ । ଏହି ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି କ୍ୱାର୍ଟର ଫାଇନାଲରେ କାର୍ଲୋସ ଆଲକାରେଜଙ୍କୁ ୪-୬, ୬-୪, ୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ ।

ଜୋକୋଭିଚ ଆଘାତ ସମସ୍ୟା ଯୋଗୁ ଖେଳିପାରି ନ ଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଜ୍ୱେରେଭ ଏବେ ଫାଇନାଲରେ ୟାନିକ ସିନର ଓ ବି ଶେଲ୍ଟନ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବେ । ଜୋକୋଭିଚ ୨୪ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ସେ ୨୫ ଟାଇଟଲ ଲକ୍ଷ୍ୟରେ ଥିଲେ ସୁଦ୍ଧା ଏବେ ନିରାଶ ହୋଇଛନ୍ତି । ଅପରପକ୍ଷରେ ଜ୍ୱେରେଭ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ।

Comments are closed.