ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସବସ୍କ୍ରିପସନ୍ । ନେଟଫ୍ଲିକ୍ସ ଦେଖିବା ପାଇଁ ଏବେ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ । ସଦ୍ୟତମ ଆୟ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ପ୍ଲାଟଫର୍ମ ସେବାରେ ଉନ୍ନତି ଆଣିବା ପାଇଁ ଏହି ସବସ୍କ୍ରିପସନ ମୂଲ୍ୟ ବୃଦ୍ଧି କରିଛି ।
ମୂଲ୍ୟ ବୃଦ୍ଧି ପରେ ସର୍ବନିମ୍ନ ଷ୍ଟାଣ୍ଡାର୍ଡ ଆଡ ଫ୍ରି ପ୍ଲାନର ୧୦୮୦ ଏଚଡି ମୂଲ୍ୟ ମାସିକ ୧୭.୯୯ ଡଲାର ହୋଇଛି, ଯାହା ପୂର୍ବରୁ ୧୫.୪୯ ଡଲାର ରହିଥିଲା । ବିଜ୍ଞାପନ ସହିତ ଏହି ପ୍ଲାନର ମୂଲ୍ୟ ୬.୯୯ ଡଲାର ରହିଥିବା ବେଳେ, ଏବେ ଏହା ୭.୯୯ ଡଲାର ହୋଇଛି । ଆଉ ପ୍ରିମିୟମ୍ ପ୍ଲାନ୍ ପାଇଁ ଏବେ ଆପଣଙ୍କୁ ଅତିରିକ୍ତ ୨ ଡଲାର ଦେବାକୁ ପଡିବ। ପ୍ରିମିୟମ୍ ପ୍ଲାନର ମୂଲ୍ୟ ପୂର୍ବରୁ ୨୨.୯୯ ଡଲାର ରହିଥିବା ବେଳେ ଏବେ ୨୪.୯୯ ଡଲାର ହୋଇଛି ।
କିନ୍ତୁ ସବୁଠୁ ବଡ କଥା ହେଉଛି, ଏଥିରେ ଭାରତୀୟଙ୍କ ଉପରେ କିଛି ବି ପ୍ରଭାବ ପଡିବ ନାହିଁ । କାରଣ, ଆନୁଷ୍ଠାନିକ ଭାବେ କେତେକ ଦେଶରେ ସବସ୍କ୍ରିପସନ ଦର ବୃଦ୍ଧି କରିଛି ନେଟଫ୍ଲିକ୍ସ । ଆଉ ତାହା ମଧ୍ୟରେ ଭାରତ ନାହିଁ । ଏହା ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ପର୍ତ୍ତୁଗାଲ ଏବଂ ଆର୍ଜେଣ୍ଟିନା ସମେତ ଅନେକ ଦେଶରେ ଏହାର ସବସ୍କ୍ରିପସନର ମୂଲ୍ୟ ବୃଦ୍ଧି କରିଛି ନେଟଫ୍ଲିକ୍ସ । ଅର୍ଥାତ୍ ଭାରତରେ ଦେୟ ଅପରିବର୍ତ୍ତିତ ରହିଛି ।
Comments are closed.