Latest Odisha News

୨୧ତମ ଗ୍ରାଣ୍ଡସ୍ଲାମ, ୭ମ ୱିମ୍ବେଲଡନ ଟାଇଟଲ ଜିତିଲେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ରବିବାର ୱିମ୍ବେଲଡନ ଟେନିସ ଫାଇନାଲରେ ଅଷ୍ଟ୍ରେଲିଆର କିର୍ଗିୟୋସଙ୍କୁ ୪-୬, ୬-୩, ୬-୪ ଓ ୭-୬ ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଏହା ଜୋକୋଭିଚଙ୍କ କ୍ୟାରିୟରର ଓଭରାଲ ୨୧ତମ ଗ୍ରାଣ୍ଡସ୍ଲାମ ଓ ୭ମ ୱିମ୍ବେଲଡନ ଟାଇଟଲ ଜିତିଛନ୍ତି । ରାଫେଲ ନାଡାଲଙ୍କଠାରୁ ସେ ମାତ୍ର ଗୋଟିଏ ଟାଇଟଲ ପଛରେ ରହିଛନ୍ତି । ରୋଜର ଫେଡେରର ୨୦ ଟାଇଟଲ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । କିର୍ଗିୟସ ପ୍ରଥମ ସେଟକୁ ଜିତି ଜୋକୋଭିଚଙ୍କୁ ଚକିତ କରି ଦେଇଥିଲେ । ମାତ୍ର ଏହା ପରେ କ୍ରମାଗତ ୩ଟି ସେଟ ଜିତି ଜୋକୋଭିଚ ମ୍ୟାଚରେ ବିଜୟ ହାସଲ କରିଥିଲେ ।

ଏଥିସହ ସେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବା କୀର୍ତିମାନ ସ୍ଥାପନ କରିଛନ୍ତି । ୫ ବର୍ଷ ହେବ ଜୋକୋଭିଚ ୱିମ୍ବେଲଡନରେ ଗୋଟିଏ ହେଲେ ମ୍ୟାଚରେ ପରାଜିତ ହୋଇ ନାହାନ୍ତି । ନାଡାଲ ସେମିଫାଇନାଲରେ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିଲେ । ଏହାର ଫାଇଦା କିର୍ଗିୟସଙ୍କୁ ମିଳିଥିଲା ଏବଂ ସେ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଖେଳିବା ସୌଭାଗ୍ୟ ଅର୍ଜନ କରିଥିଲେ ।

Leave A Reply

Your email address will not be published.