ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍ ହୋମସ୍ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ୍” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । କୋଭିଡ ମହାମାରୀ ଆରମ୍ଭ ପୂର୍ବରୁ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଫନି ମହାବାତ୍ୟା ଓ କୋଭିଡ୍ ମହାମାରୀ ଭଳି ଭୟଙ୍କର ଦୁର୍ବିପାକ ସତ୍ତ୍ୱେ ଏହି ପ୍ରକଳ୍ପର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆମେ ସମ୍ପୂର୍ଣ୍ଣ କରିବାକୁ ଯାଉଛୁ ବୋଲି ଡିଏନ୍ ହୋମସର କାର୍ଯ୍ୟନିର୍ବାହୀ ଭାଇସ୍ ପ୍ରେସିଡେଣ୍ଟ ଶ୍ୟାମ ସୁନ୍ଦର ପାଢୀ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମେଳନୀରେ ପ୍ରକାଶ କରିଛନ୍ତି ।
ଡିଏନ୍ ହୋମସ୍ ସବୁବେଳେ ଏହାର ଗ୍ରାହକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇଥାଏ ଏବଂ ସେମାନଙ୍କର ବିଶ୍ୱାସ ଓ ଭରଷାକୁ ପୁଞ୍ଜିକରି ଆଗକୁ ବଢ଼ିଥାଏବୋଲି ସେ ପ୍ରକାଶ କରିଛନ୍ତି । “ଡିଏନ ଫେରିଟେଲ୍” ଉଭୟ ଶିଶୁ ଓ ବୟସ୍କମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରାଯାଇଛି ।
ଗ୍ରାହକମାନଙ୍କ ପାଇଁ ଜଗିଂ ଟ୍ରାକ୍, ଶୀତତାପ ନିୟନ୍ତ୍ରିତ ଜିମ୍, ସୁଇମିଂପୁଲ୍, କିଡସ୍ ପୁଲ୍, ଫିସ ପଣ୍ଡ୍, ସପିଂ ସେଣ୍ଟର୍, ଟେନିସ୍ କୋର୍ଟ, କ୍ରିକେଟ ନେଟ୍ପ୍ରାକ୍ଟିସ୍, ଆମ୍ପି ଥିଏଟର, ରେଷ୍ଟୁରାଣ୍ଟ, କାଫେଟେରିଆ,ତିନି ଥାକିଆ ସିକ୍ୟୁରିଟି ବ୍ୟବସ୍ଥାସହ ଅନ୍ୟାନ୍ୟବହୁ ସୁବିଧା ସୁଯୋଗ ଏହି ପ୍ରକଳ୍ପରେ ରହିଛି । ସେହିପରି ପିଲାମାନଙ୍କ ପାଇଁ ନିର୍ଦ୍ଧାରିତଖେଳିବା ସ୍ଥାନ, କ୍ରେଚ ଏବଂ ପ୍ରି-ସ୍କୁଲର ସୁବିଧା ସହିତ ବୟସ୍କ ନାଗରିକଙ୍କ ଅବସର ବିନୋଦନ ନିମନ୍ତେ ବ୍ୟବସ୍ଥାକରାଯାଇଛି ।
ନୂଆ ଭୁବନେଶ୍ୱର ତଥା ଇନଫୋଭାଲିରେ ବିଭିନ୍ନ କର୍ପୋରେଟମାନଙ୍କରେ କାର୍ଯ୍ୟ କରୁଥିବା ଓ କରିବାକୁ ଥିବା ଲୋକଙ୍କର ବାସଗୃହର ଆବଶ୍ୟକତାକୁ ନଜରରେ ରଖି ଏହି ପ୍ରକଳ୍ପର ଯୋଜନା କରାଯାଇଥିଲା । ୭୦୮ ଫ୍ଲାଟ ବିଶିଷ୍ଟ ଏହି ପ୍ରକଳ୍ପର କାମ ଖୁବ ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି ବୋଲି କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ ସେଲସ୍ ନିଖିଲ ବାଜପେୟୀ ପ୍ରକାଶ କରିଛନ୍ତି ।
ଏହି ପ୍ରକଳ୍ପ ଯୋଗୁଁ ସମଗ୍ର ମଦନପୁର ଓ ଦୁର୍ଗାପୁର ଅଞ୍ଚଳର ସାମାଜିକ ଭିତ୍ତି ଭୂମିର ବିକାଶ ମଧ୍ୟ ଘଟିବା ସହ ସ୍ଥାନିୟ ବାସିନ୍ଦାଙ୍କର ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ । ଡିଏନ୍ ହୋମସ୍ ସବୁ ସମୟରେ ତାର ଗ୍ରାହକମାନଙ୍କୁ ଉଚିତ ମୂଲ୍ୟରେ ଉତ୍ତମ ମାନର ଘର, ଠିକଣା ସମୟରେ ପ୍ରଦାନ କରି ଆସୁଥିବାରୁ ଗ୍ରାହକମାନଙ୍କର ବିଶ୍ୱାସ ଓ ଭରସାର ପାତ୍ର ହୋଇପାରିଛି ବୋଲି ବାଜପେୟୀ ମନ୍ତବ୍ୟ ରଖିଛନ୍ତି ।
Comments are closed.