Latest Odisha News

BREAKING NEWS

ଡବ୍ଲ୍ୟୁପିଏଲର ଅଫିସିଆଲ ମାସ୍କଟ ଉନ୍ମୋଚିତ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ କ୍ରିକେଟର ଉଦଘାଟନୀ ସଂସ୍କରଣ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ଏଥିନେଇ ବିସିସିଆଇ ଓ ଓମ୍ୟାନ ପ୍ରିମିୟର ଲିଗ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହାର ଅଫିସିଆଲ ମାସ୍କଟ ଉନ୍ମୋଚନ କରିଛନ୍ତି । ଏହାର ନାମ ଶକ୍ତି ରଖାଯାଇଛି । ମାସ୍କଟରେ ଗୋଟିଏ ବାଘ ନୀଳ ରଙ୍ଗର ଜର୍ସି ପିନ୍ଧିଛି । ବିସିସିଆଇ ଟୁର୍ଣ୍ଣାମେଂଟର ଆନ୍ଥେମ ମଧ୍ୟ ରିଲିଜ କରିଛି । ଯେଉଁ ମହିଳା ଖେଳାଳିମାନେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ କ୍ରିକେଟର ନାମ ବଢ଼ାଇଛନ୍ତି ସେମାନଙ୍କ ପ୍ରତି ଏହାକୁ ଉତ୍ସର୍ଗ କରାଯାଇଛି ।

ହରମନପ୍ରୀତ କୌର ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଉଦଘାଟନୀ ମ୍ୟାଚରେ ଗୁଜରାଟ ଜିଆଂଟସକୁ ଭେଟିବ । ବେଥ ମୁନୀ ଗୁଜରାଟର ନେତୃତ୍ୱ ନେବେ । ଦେଶ ଓ ବିଦେଶର ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଏହା ଆୟୋଜିତ ହୋଇଥିବାରୁ ଦର୍ଶକମାନେ ବେଶ ରୋମାଂଚଭରା ମୁକାବିଲା ଦେଖିବାକୁ ପାଇବେ । ଆଇପିଏଲ ପରି ଏହା ଲୋକପ୍ରିୟ ହେବ ବୋଲି ଶାହ କହିଛନ୍ତି ।

Leave A Reply

Your email address will not be published.