Latest Odisha News

BREAKING NEWS

କନୌଜ ବସ୍ ଦୁର୍ଘଟଣା: ଡିଏନଏ ଟେଷ୍ଟ ଦ୍ୱାରା ମୃତକଙ୍କୁ କରାଯିବ ଚିହ୍ନଟ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଉକ୍ତ ଘଟଣାରେ ପାଖାପାଖି ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ନେଇ ଜଣାପଡିଛି ।

ଆଇଜି (କାନପୁର ରେଞ୍ଜ) ମୋହିତ ଅଗ୍ରୱାଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମୃତକଙ୍କର ଶରୀର ସମ୍ପୂର୍ଣ୍ଣ ବିଭତ୍ସ ଭାବେ ଜଳିଯାଇଛି । ଯାହାଫଳରେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରୁନାହିଁ । ସେଥିପାଇଁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ମୃତ ଯାତ୍ରୀଙ୍କ ଡିଏନଏ ପରୀକ୍ଷା ଦ୍ୱାରା ସେମାନଙ୍କର ଚିହ୍ନଟ କରାଯିବ” ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାଗ୍ରସ୍ତ ବସରୁ ୨୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିଛି । ଏହି ଦୁର୍ଘଟଣାରେ ଅଧିକ ଯାତ୍ରୀ ମୃତାହତ ହୋଇଥିବାର ଉତ୍ତର ପ୍ରଦେଶ ପୋଲିସ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ତେବେ ବସଟି ଜୟପୁର ଅଭିମୁଖେ ଯାଉଥିବାବେଳେ ଏହି ଅଘଟଣ ଘଟିଥିବା ନେଇ ଜଣାପଡିଛି । ସମସ୍ତ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.