Latest Odisha News

ମାର୍କେଟ ବିଲ୍ଡିଂ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ୧୮ ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ୧୮ଜଣଙ୍କୁ ଧରା ହୋଇଛି ।

ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ମୁହଁରେ ମୁଖା ପିନ୍ଧିଥିବା ଏହି ଯୁବକମାନେ ଦୋକାନୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଦୋକାନମାନଙ୍କରୁ ଜିନିଷପତ୍ର ଲୁଟ୍ ତରାଜ କରିବାକୁ ଲାଗିଥିଲେ ।

ଅଧିକ ପଢନ୍ତୁ: ରାଜଧାନୀର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ଲୁଟ୍ ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ

ଏହି ଘଟଣା ସନ୍ଧ୍ୟା ୬ଟା ୩୦ ମିନିଟରେ ଘଟିଥିବା ବେଳେ ପ୍ରାୟ ୨୦ ରୁ ୩୦ ଜଣ ମୁଖା ପିନ୍ଧା ଯୁବକ ଏହିପରି କିଛିସମୟ ଆତଙ୍କରାଜ ଚଳାଇ ଥିବାବେଳେ ଜନସାଧାରଣ ପ୍ରାଣ ବିକଳରେ ଧାଁ ଧଉଡ଼ କରିବା ଫଳରେ କିଛିସମୟ ଲାଗି ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଦୋକାନୀମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଛି ।

ତେବେ ଏନେଇ ପୋଲିସ ପକ୍ଷରୁ ଅଧିକ ଛାନ୍ନଭିନ୍ନ ଜାରି ରହିଛି ।

Leave A Reply

Your email address will not be published.