Latest Odisha News

ଡାଇନୋସରଙ୍କ ଅସ୍ତିତ୍ୱ ନେଇ ଚାଂଚଲ୍ୟକର ଖୁଲାସା କଲେ ବୈଜ୍ଞାନିକ

ୱାଶିଂଟନ: ଏକ ନୂତନ ଅଧ୍ୟନରେ ଜଣାପଡିଛି ଯେ, ଡାଇନୋସରଙ୍କ ଅସ୍ତିତ୍ୱ ଏବେ ବି ରହିଛି । ଅବଶ୍ୟ ଏହା ପୃଥିବୀରେ ନୁହେଁ ଅନ୍ୟ ଗ୍ରହରେ ଥିବା ନେଇ ସେମାନେ ସମ୍ଭାବନା ବ୍ୟକ୍ତ କରିଛନ୍ତି । ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ଜର୍ଣ୍ଣାଲରେ ଏ ସମ୍ପର୍କରେ ଲେଖା ପ୍ରକାଶ ପାଇଛି । ପୃଥିବୀଠାରୁ ଦୂର ଅନ୍ୟ ଗ୍ରହରେ ଡାଇନୋସର ପରୀୟି କିଛି ପ୍ରଜାତି ରହି ପାରିଥାନ୍ତି । ଏବେ ଆମେ ନିକଟରେ ଅତ୍ୟାଧୂନିକ ଟେକ୍ନୋଲୋଜି ଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିହେବ ବୋଲି ବୈଜ୍ଞାନିକ ଲିସା କ୍ଲେଟନେଗର କହିଛନ୍ତି । ଅନ୍ୟ ଗ୍ରହର ପଦାର୍ଥ ଉପରେ ଗବେଷଣା କଲେ ତଥ୍ୟ ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛି ।

ଡାଇନୋସର ଯୁଗ ସମୟରେ ପୃଥିବୀରେ ୩୦ ପ୍ରତିଶତ ଅମ୍ଳଜାନ ଥିଲା । ସେଥିପାଇଁ ବୃହତକାୟ ଓ ଜଟିଳ ଜୀବଙ୍କ ସୃଷ୍ଟି ହୋଇପାରିଥିଲା । ଏବେ ଅମ୍ଳଜାନ ୨୧ ପ୍ରତିଶତରେ ସ୍ଥିର ହୋଇଛି । ଅମ୍ଳଜାନସ୍ତର ଖସିବା ପରେ ଅନେକ ପ୍ରାଣୀଙ୍କ ଅସ୍ତିତ୍ୱ ହଜି ଯାଇଥିଲା । ଯଦି କୌଣସି ଗ୍ରହ ଫ୍ୟାନରୋଇଜ ଚରଣରେ ରହିଛି ତେବେ ସେଠାରେ ଏ ଭଳି ଜୀବ ରହିଥିବା ସମ୍ଭାବନାକୁ ଏଡାଇ ଦେଇ ହେବନି । ବୈଜ୍ଞାନିକମାନେ ପୃଥିବୀ ବାହାରେ ଜୀବନର ସନ୍ଧାନ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।

Comments are closed.