ଭୁବନେଶ୍ବର: ନିଜ କେଶର ଯତ୍ନ ନେବା ନିହାତି ଦରକାର । ଆଜିକାଲି କେଶ ଝଡିବା, କେଶର ଚମକ କମିଯିବା ଆଉ ମଧ୍ୟ ଅସମୟରେ କେଶ ଧଳା ହେବା ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଶରେ ହେୟାର ସିରମ୍ ଲଗାଇବା ଜରୁରୀ । କିନ୍ତୁ ବଜାରରେ ଏତେ ମହଙ୍ଗା ସିରମ୍ ବ୍ୟବହାର କରିବା ଦ୍ବାରା ଅର୍ଥ ଅଧିକ ଖର୍ଚ୍ଚ ହୋଇଥାଏ । ତେଣୁ ଯଦି ଘରୋଇ ଜିନିଷରୁ ସହଜରେ ନିଜେ ସିରିମ୍ ତିଆରି କରି ପାରିବେ ଏହାଠାରୁ ଭଲ କଥା କ’ଣ ହେବ ।
ଆପଣ ଚାଉଳ ଓ ପିଆଜ ରସରେ କିଛି ଜିନିଷ ମିଶାଇ ସିରମ ବନେଇ ପାରିବେ । ଏହା କେଶକୁ କେବଳ ଚମକାଇବା ନାହିଁ କେଶ ଝଡିବା ସମସ୍ୟା ଏବଂ କେଶ ଧଳା ହେବାର ସମସ୍ୟା ଦୂର ହୋଇଯିବ । ଏହି ହେୟାର ସିରମ ସହଜରେ ଘରେ ତିଆରି କରି ପାରିବେ ।
ହେୟାର ସିରମ ବନେଇବାକୁ ୪ ବଡ ଚାମଚ ଚାଉଳ ଓ ୨ ବଡ ଚାମଚ ମେଥି ଦାନା , ୧.୫ ଚାମଚ ପିଆଜ ରସ ଓ ୪ ଗିଲାସ ପାଣି ନିଅନ୍ତୁ । ଚାଉଳକୁ ପାଖାପାଖି ଦୁଇ ଦିନ ଭିଜେଇ ରଖି ଦିଅନ୍ତୁ । ଏହାପରେ ଚାଉଳ ପାଣିକୁ ଛାଣିକି ଗୋଟେ ଗିଲାସରେ ରଖି ଦିଅନ୍ତୁ ।
ଚାଉଳ ପାଣିରେ ମେଥି ଦାନା ଓ ପିଆଜ ରସ ପକାଇ ଗୋଟେ ଦିନ ପାଇଁ ଛାଡି ଦିଅନ୍ତୁ । ଆପଣଙ୍କ ପସନ୍ଦର କିଛି ଏସେନସିଆଲ ଅଏଲର ୨-୪ ବୁନ୍ଦା ପକେଇଦିଅନ୍ତୁ । ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲକୁ ଭରି ଦିଅନ୍ତୁ । ବର୍ତ୍ତମାନ ସିରମ୍ ପ୍ରସ୍ତୁତ ହୋଇଗଲା ।
କେଶ ଧୋଇବା ପରେ ହଲକା ଓଦା କେଶରେ ଏହି ସିରମ୍ ଲରାନ୍ତୁ । ଏକା ସହ ଅଧିକ ସିରମ ଲଗାନ୍ତୁ ନାହିଁ । ହାତରେ ସିରମ୍ ନେଇ କେଶରେ ଆରମରେ ଲଗାନ୍ତୁ । ଦେଖିବେ କିଛି ଦିନ ଭିତରେ କେଶ ଝଡିବା କମ୍ ହୋଇଯିବ ।
ଆପଣଙ୍କ କେଶରେ ଚମକ ହଜିଯାଇଛି ଯଦି ଏହି ସିରମ ଲଗାଇ ପାରିବେ ।
Comments are closed.