ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଏପରି ଅନେକ ବାସନ ରହିଛି ଯାହାକୁ ଓଲଟା ରଖିବା ଅଶୁଭ ବୋଲି ବିଶ୍ବାସ କରାଯାଏ । ଏହି କାରଣରୁ ଘରର ସମୃଦ୍ଧି ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହି ବାସନ ଗୁଡ଼ିକ କ’ଣ ଏବଂ ସେଗୁଡ଼ିକୁ ଓଲଟା ରଖିଲେ କ’ଣ ହୁଏ । ଏଥିସହ ସେଗୁଡ଼ିକୁ କିପରି ରଖିବା ଦରକାର ।
ବାସ୍ତୁ ଶାସ୍ତ୍ରରେ ଆମ ରୋଷେଇ ଘରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ, ରୋଷେଇ ଘରେ ରଖାଯାଇଥିବା ଜିନିଷଗୁଡ଼ିକୁ ସଠିକ ଦିଗରେ ଏବଂ ସଠିକ୍ ଉପାୟରେ ରଖିବା ଉଚିତ। ବାସ୍ତୁରେ ରୋଷେଇ ଘରର ଉପକରଣ କେଉଁ ଭଳି ରଖିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରାଯାଇଛି। କାରଣ ସେମାନଙ୍କୁ ଗ୍ରହମାନଙ୍କ ସହିତ ମଧ୍ୟ ଯୋଡା ଯାଏ।
ଏହି ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ କଢେଇ ,ତାୱା,ଥାଳି ଇତ୍ୟାଦି ପାତ୍ରକୁ ଓଲଟା ରଖିବା ନିଷେଧ। କୁହାଯାଏ ଯେ ବାସନକୁ ଓଲଟା ରଖିବା ଦ୍ୱାରା ନକାରାତ୍ମକତା ଆସିଥାଏ।
ଏହା କରିବା ଦ୍ୱାରା ଆମେ ଘରେ ଆର୍ଥିକ କ୍ଷତି, ଦୁର୍ଭାଗ୍ୟ ଏବଂ ବିବାଦକୁ ନିମନ୍ତ୍ରଣ କରୁ। କେବଳ ଏତିକି ନୁହେଁ ଏହା ଘରେ ରୋଗମାଡି ଆସିଥାଏ । ଅନେକ ପ୍ରକାରର ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ପ୍ୟାନ୍ କିମ୍ବା ତାୱାକୁ ଓଲଟା ରଖିବା ଦ୍ୱାରା ମଧ୍ୟ ଋଣ ବଢିପାରେ। ବିଶ୍ୱାସ କରାଯାଏ ଯେ, ଯଦି କଢେଇକୁ ଓଲଟା ରଖାଯାଏ ତେବେ ଏହା କାମରେ ବାଧା ସୃଷ୍ଟି କରିପାରେ । ଏହା କରିବା ଦ୍ୱାରା ବୈବାହିକ ଜୀବନରେ ଫାଟ ଦେଖାଯାଏ, ଘରୋଇ କଳହ ଏବଂ ପରିବାର ମଧ୍ୟରେ ମତଭେଦ ସମ୍ଭାବନା ମଧ୍ୟ ବଢ଼ିଯାଏ।
ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ସଜେଇ ରଖନ୍ତୁ ।
କିପରି ରଖିବେ ବାସନ:-
କଢେଇକୁ ଡାହାଣ ପାର୍ଶ୍ୱରେ ରଖିବା ଶୁଭ । ଏହାଦ୍ବାରା ସୁଖ ସମୃଦ୍ଧି ବଢିଥାଏ।ଏହାକୁ ଚୁଲି ଉପରେ ଛାଡିବା ଉଚିତ୍ ନୁହେଁ। ଏହି ବାସନକୁ ରାତିରେ ଅଇଁଠା ଛାଡିବା ଅନୁଚିତ୍ ।
Comments are closed.