Latest Odisha News

BREAKING NEWS

ଏମିତି ଗାଁ, ଯେଉଁଠି ବଜରଙ୍ଗବାଲିଙ୍କୁ କରାଯାଏ ନାହିଁ ପୂଜା

ଉତ୍ତରାଖଣ୍ଡ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସମସ୍ତେ ହନୁମାନଙ୍କ ପୂଜା କରିଥାନ୍ତି । କିନ୍ତୁ ଉତ୍ତରାଖଣ୍ଡରେ ଏମିତି ଏକ ଗାଁ ଅଛି, ଯେଉଁଠି ହନୁମାନଙ୍କୁ ପୂଜା କରାଯାଏ ନାହିଁ । କେବଳ ସେତିକି ନୁହେଁ, ସେଠାରେ ବଜରଙ୍ଗବାଲିଙ୍କ ନାମ ନେବା ମଧ୍ୟ ଅପରାଧ ଭଳି । ସମଗ୍ର ଗାଁରେ ଗୋଟିଏ ହେଲେ ହନୁମାନ ମନ୍ଦିର ନାହିଁ । କୁହାଯାଏ, ଏହି ଗାଁର ଲୋକମାନେ ହନୁମାନଙ୍କ ଉପରେ ଏବେ ବି ରାଗିଛନ୍ତି ।

ଉତ୍ତରାଖଣ୍ଡ ଚାମୋଲି ଜିଲାରେ ରହିଛି ଦ୍ରୋଣଗିରି ଗ୍ରାମ । ଏହି ଗ୍ରାମରେ ଭୋଟିଆ ଜନଜାତିର ଲୋକେ ବସବାସ କରନ୍ତି । ଏଠାରେ ପ୍ରାୟ ୧୦୦ ପରିବାର ବାସ କରନ୍ତି । ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ଗାଁ । ଯେଉଁଠାରେ ହନୁମାନ ଚେତାଶୂନ୍ୟ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀକୁ ଆସିଥିଲେ । ସଞ୍ଜୀବନୀଙ୍କୁ ଚିହ୍ନି ନ ଥିବାରୁ ସେ ସମଗ୍ର ପର୍ବତକୁ ଉପାଡ଼ି ଦେଇଥିଲେ । ଏହା ମଧ୍ୟ ଗ୍ରାମବାସୀଙ୍କ କ୍ରୋଧର କାରଣ ।

ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦ୍ରୋଣଗିରି ପର୍ବତ ସେମାନଙ୍କ ପାଇଁ ଏକ ଦେବତା, ଯାହା ସେମାନଙ୍କୁ ଶାରୀରିକ ରୂପରେ ଦୃଶ୍ୟମାନ ହୋଇଛି । ଯେତେବେଳେ ହନୁମାନଜୀ ସଞ୍ଜୀବନୀ ବୁଟି ସଂଗ୍ରହ କରିବାକୁ ଆସିଥିଲେ, ସେତେବେଳେ ସେ ପାର୍ବତ୍ୟ ଦେବତାଙ୍କଠାରୁ ଅନୁମତି ନେଇ ନ ଥିଲେ କିମ୍ବା ତାଙ୍କର ଧ୍ୟାନ ସମାପ୍ତ ହେବାକୁ ଅପେକ୍ଷା କରି ନ ଥିଲେ । ଯେଉଁଥିପାଇଁ ପର୍ବତ ଦେବତାଙ୍କର ଧ୍ୟାନ ବିଚଳିତ ହୋଇଯାଇଥିଲା । କେବଳ ଏତିକି ନୁହେଁ, ହନୁମାନଜୀ ମଧ୍ୟ ପର୍ବତ ଦେବତାଙ୍କ ଡାହାଣ ବାହୁକୁ ଉପାଡ଼ି ଦେଇଥିଲେ । ଦ୍ରୋଣଗିରିରେ ବିଶ୍ୱାସ କରାଯାଏ, ଆଜି ବି ପର୍ବତ ଦେବତାଙ୍କ ଡାହାଣ ହାତରୁ ରକ୍ତ ପ୍ରବାହିତ ହେଉଛି । ଏହି କାରଣରୁ ଆଜି ପର୍ଯ୍ୟନ୍ତ ଲୋକମାନେ ହନୁମାନ ଜୀଙ୍କ ଉପରେ ରାଗିଛନ୍ତି ଏବଂ ତାଙ୍କୁ ପୂଜା କରୁନାହାନ୍ତି ।

Comments are closed.