Latest Odisha News

BREAKING NEWS

ଆଖିର ଯତ୍ନ ପାଇଁ ଏହି କାମ କରନ୍ତୁ

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ ଆମ ଜୀବନଶୈଳୀ ମୋବାଇଲ୍ ଏବଂ ଲ୍ୟାପଟପ୍ ସ୍କ୍ରିନ୍ ଭିତରେ ସୀମିତ ହୋଇଯାଇଛି। କିନ୍ତୁ ଆପଣ ଜାଣନ୍ତି କି, ଏହା ଆପଣଙ୍କ ଆଖି ଉପରେ କେତେ ଖରାପ ପ୍ରଭାବ ପକାଉଛି ? ତେବେ ଆସନ୍ତୁ ଜାଣିବା, କିଛି ସହଜ ଉପାୟରେ ଆମେ କିପରି ଆଖିର ଯତ୍ନ ନେଇପାରିବା।

ଆଜିକାଲି ଘଣ୍ଟା ଘଣ୍ଟା ଧରି ସ୍କ୍ରିନ୍ ଆଗରେ ବସିବା ଦ୍ୱାରା ଆଖିରେ କ୍ଳାନ୍ତି, ଜଳାପୋଡ଼ା ଏବଂ ଦୃଷ୍ଟିଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ସାଧାରଣ ହୋଇଗଲାଣି। କିନ୍ତୁ ପ୍ରାକୃତିକ ଉପାୟରେ ଆପଣ ଏହାର ସମାଧାନ କରିପାରିବେ।

ଆଖି ପାଇଁ ବ୍ୟାୟାମ
ଆଖିର ମାଂସପେଶୀକୁ ମଜବୁତ କରିବା ପାଇଁ ଦିନକୁ ଅତି କମରେ ୧୦ ମିନିଟ୍ ବ୍ୟାୟାମ କରନ୍ତୁ। ଆଖି ଡୋଳାକୁ ଉପର, ତଳ, ଡାହାଣ ଏବଂ ବାମ ପଟକୁ ବୁଲନ୍ତୁ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରହେ ଏବଂ ଆଖିର ଚାପ କମିଥାଏ।

ସୂର୍ଯ୍ୟ ନମସ୍କାର ଓ ସନଗେଜିଂ
ପୁରାତନ କାଳରୁ ସୂର୍ଯ୍ୟ କିରଣକୁ ଆଖି ପାଇଁ ଲାଭଦାୟକ କୁହାଯାଏ। ସୂର୍ଯ୍ୟୋଦୟ ସମୟରେ କୋମଳ ସୂର୍ଯ୍ୟ କିରଣକୁ କିଛି ସମୟ ଦେଖନ୍ତୁ। ଏହା ପରେ ନିଜ ହାତ ପାପୁଲିକୁ ଘଷି ଉଷୁମ କରନ୍ତୁ ଏବଂ ବନ୍ଦ ଆଖି ଉପରେ ରଖନ୍ତୁ। ଏହା ଆଖିକୁ ଗଭୀର ଆରାମ ଦେଇଥାଏ।

କାକୁଡ଼ିର ପ୍ରୟୋଗ
ଖରାଦିନେ ଆଖିର ଶୁଷ୍କତା ଦୂର କରିବା ପାଇଁ କାକୁଡ଼ିର ସ୍ଲାଇସ୍ ବ୍ୟବହାର କରନ୍ତୁ। ୧୦-୧୫ ମିନିଟ୍ ବନ୍ଦ ଆଖି ଉପରେ କାକୁଡ଼ି ସ୍ଲାଇସ୍ ରଖିଲେ ଆଖିକୁ ଥଣ୍ଡା ମିଳିଥାଏ ଏବଂ ଫୁଲା କମିଯାଏ।

ସ୍କ୍ରିନ୍ ଟାଇମ୍ ନିୟନ୍ତ୍ରଣ
ରାତି ୯ଟା ପରେ ମୋବାଇଲ୍ ବା ଟିଭିଠାରୁ ଦୂରେଇ ରୁହନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭଲ ନିଦ ହେବା ସହ ‘ଡିଜିଟାଲ୍ ଆଇ ଷ୍ଟ୍ରେନ୍’ ଯୋଗୁଁ ହେଉଥିବା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ।

ତ୍ରାଟକ କ୍ରିୟା
ଏକାଗ୍ରତା ବଢ଼ାଇବା ପାଇଁ ‘ତ୍ରାଟକ’ ହେଉଛି ସର୍ବୋତ୍ତମ। ଅନ୍ଧାର ଘରେ ଏକ ଦୀପ ଜାଳି ତାହାର ଶିଖାକୁ ନିରନ୍ତର ଦେଖନ୍ତୁ। ଏହା ଆଖିକୁ ସଫା କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ।

ତେବେ ଦର୍ଶକବନ୍ଧୁ, ଆଖି ହେଉଛି ଭଗବାନଙ୍କର ଏକ ଅମୂଲ୍ୟ ଦାନ। ତେଣୁ ସଜାଗ ରୁହନ୍ତୁ ଏବଂ ନିଜ ଆଖିର ଯତ୍ନ ନିଅନ୍ତୁ।

Leave A Reply

Your email address will not be published.