Latest Odisha News

BREAKING NEWS

ଶ୍ରାବଣରେ ମହାଦେବଙ୍କୁ କରନ୍ତୁ ଏମିତି ପୂଜା, ଦୂର ହେବ ଆର୍ଥିକ ସଙ୍କଟ, ଟଳିବ ମହାବିପଦ

ଓଡିଶା ସମ୍ବାଦ ବ୍ୟୁର: ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ବିଶ୍ୱାସ ରହିଛି ଯେ, ଶ୍ରାବଣ ମାସରେ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସରେ ବ୍ରତ ରଖିବାର ବିଶେଷ ମହତ୍ୱ ରହିଛି । ବ୍ରତ ରଖିବାର କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ପୂଣ୍ୟ ଫଳ ପ୍ରାପ୍ତି ହେବ ।

ବିବାହ ବିଳମ୍ବ ହେଉଥିଲେ ମହାଦେବଙ୍କୁ ଶ୍ରାବଣର ପ୍ରତ୍ୟକ ସୋମବାରରେ ଜଳାଭିଷେକ କଲେ, ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ନିଜ ପିଲାର ଉତ୍ତମ ସ୍ୱାସ୍ଥ୍ୟ ଚାହାଁନ୍ତି, ତେବେ ଶ୍ରାବଣ ସୋମବାରରେ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିବା ସହ ଘିଅ ଚଢ଼ାନ୍ତୁ । ଆର୍ଥିକ ସ୍ଥିତି ଖରାପ ଥିଲେ ଆପଣ ସୋମବାର ଦିନ ଶିବ ମନ୍ଦିର ଯାଆନ୍ତୁ । ଏହାସହ ଲିଙ୍ଗ ଉପରେ ଆପଣ ପଞ୍ଚାମୃତ ଚଢ଼ାନ୍ତୁ ଏବଂ ଶିବମନ୍ତ୍ର ଜପ କରନ୍ତୁ । ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହୁଛି ତେବେ ସୋମବାର ଦିନ ଶିବ ଦର୍ଶନ କରିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ । ଯଦି ଆପଣଙ୍କ ଘରେ କଳହ ଲାଗି ରହୁଛି ତେବେ ଆପଣ ସୋମବାର ଦିନ ସ୍ୱାମୀ-ସ୍ତ୍ରୀ ଏକାଠି ଶିବ ମନ୍ଦିର ଯାଆନ୍ତୁ । ଏବଂ ସେଠାରେ ଦୁହେଁ ମିଶି ଶିବଙ୍କ ଉପରେ ଜଳାଭିଷେକ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ପ୍ରେମ-ମଧୁରତା ବଢ଼ିବ ।

ସୋମବାର ବ୍ରତ ବିଧି

ଶ୍ରାବଣ ସୋମବାର ବ୍ରତ ଦିନ ବ୍ରହ୍ମ ମୁହୂର୍ତ୍ତରେ ପାଣିରେ ଗଙ୍ଗାଜଳ ପକାଇ ସ୍ନାନ କରନ୍ତୁ । ଏହାପରେ ସ୍ୱଚ୍ଛ ବସ୍ତ୍ର ପିନ୍ଧି ବ୍ରତର ସଂକଳ୍ପ ନିଅନ୍ତୁ । ଶିବ ମନ୍ଦିରରେ ଜଳରେ ଗଙ୍ଗାଜଳ ମିଶାଇ ଶିବଲିଙ୍ଗରେ ଜଳାଭିଶେକ କରନ୍ତୁ । ଏହାପରେ ପଞ୍ଚାମୃତ ଚଢାନ୍ତୁ । ଧଳା ଚନ୍ଦନରେ ଶିବଲିଙ୍ଗରେ ଡାହାଣ ହାତର ତିନି ଅଙ୍ଗୁଳିରେ ତ୍ରିପୁଣ ବନାନ୍ତୁ । ଏହାସହ ଅନ୍ୟ ପୂଜା ସାମଗ୍ରୀ ଅର୍ପିତ କରନ୍ତୁ । ବ୍ରତ କରିବା ପରେ ଭଗବାନ ଗଣେଶ, ଭଗବାନ ଶିବ ,ମାତା ପାର୍ବତୀ ଏବଂ ନନ୍ଦୀକୁ ପୂଜା କରନ୍ତୁ । ଏହାପରେ ସୋମବାର ବ୍ରତ କଥା ଶୁଣନ୍ତୁ । ଏହାଦ୍ୱାରା ମହାଦେବଙ୍କ ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ କରିବେ ।

Leave A Reply

Your email address will not be published.