Latest Odisha News

BREAKING NEWS

ଘରେ ରଖିଛନ୍ତି କି ଶଙ୍ଖ ? ତେବେ ଜାଣନ୍ତୁ ଏହାର ମହତ୍ଵ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ପ୍ରତିଦିନ ଶଙ୍ଖ ଧ୍ୱନି ଶୁଣାଯାଏ, ତେବେ ଆପଣଙ୍କ ଘରେ ବଡ ପରିବର୍ତ୍ତନ ଦେଖିବାକୁ ମିଳେ। ଦୈନିକ ଦୁଇରୁ ଚାରିଥର ଶଙ୍ଖ ବାଜିବା ଦ୍ୱାରା ଆପଣଙ୍କ ଘର ପରିବେଶ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିଥାଏ। ସେଥିପାଇଁ ଘରେ ଶଙ୍ଖ ରଖିବା ଜରୁରୀ। ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ୱ ରହିଛି। ଏହାକୁ ପୂଜା କରିବା ମଧ୍ୟ ଆପଣଙ୍କ ଭିତରେ ସକରାତ୍ମକ ଶକ୍ତି ଆଣିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଶଙ୍ଖକୁ ପୂଜାସ୍ଥଳୀରେ ରଖିଲେ କିମ୍ବା ଏହାକୁ ନିୟମିତ ବଜାଇଲେ ଶତ୍ରୁ ନାଶ ହେବା ସହିତ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଘରର କୌଣସି ଦିଗରେ ଯଦି କିଛି ବାସ୍ତୁଦୋଷ ରହିଥାଏ, ତା’ହେଲେ ସେହି ସ୍ଥାନରେ ଶଙ୍ଖଟିଏ ରଖିଲେ ବାସ୍ତୁଦୋଷ ଦୂର ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ। ଯେହେତୁ ମାତା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ରରାଜାଙ୍କର କନ୍ୟା, ତେଣୁ ଶଙ୍ଖର ମାହାତ୍ମ୍ୟ ସହିତ ମହାଲକ୍ଷ୍ମୀଙ୍କର ମଧ୍ୟ କିଛିଟା ସାମଞ୍ଜସ୍ୟ ରହିଛି। ତେଣୁ କୁହାଯାଏ, ଯେଉଁଠାରେ ଶଙ୍ଖ ରହିଥାଏ ସେଠାରେ ମାତା ଲକ୍ଷ୍ମୀଙ୍କର ମଧ୍ୟ ବାସ ହୋଇଥାଏ।

ଶଙ୍ଖ ମଧ୍ୟରେ ଜଳ ଭର୍ତ୍ତି କରି ତାହାକୁ ଘରର ଐଶାନ୍ୟ କୋଣରେ ରଖିଲେ ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଦୃଢୀଭୂତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଶଙ୍ଖରେ ରଖାଯାଇଥିବା ଜଳକୁ ପିଲାମାନଙ୍କୁ ପିଇବାକୁ ଦେଲେ ସେମାନଙ୍କର ସ୍ମରଣଶକ୍ତି ବୃଦ୍ଧି ପାଇଥାଏ। ଘରେ ନିୟମିତ ଶଙ୍ଖ ବଜାଇଲେ ଏବଂ ଏହାକୁ ପୂଜା କଲେ ସକାରାତ୍ମକ ଊର୍ଜା ବୃଦ୍ଧି ପାଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଶଙ୍ଖର ଅନେକ ମହତ୍ତ୍ୱ ରହିଛି। ମାନ୍ୟତା ଅଛି କି, ଶଙ୍ଖ ଧ୍ୱନି ବାତାବରଣକୁ ଶୁଦ୍ଧ କରିଥାଏ। ଏହାର ଧ୍ୱନି ଯେତେ ଦୂର ପର୍ଯ୍ୟନ୍ତ ଶୁଭିଥାଏ ସେତେ ଦୂର ପର୍ଯ୍ୟନ୍ତ ଅଦୃଶ୍ୟ ଭାବେ ରହିଥିବା ସମସ୍ତ ଜୀବାଣୁ ଆପେ ନଷ୍ଟ ହୋଇଯାଇଥାଏ। ସେହିପରି କୁହାଯାଏ ଯେ, ଘରେ ଶଙ୍ଖ ବଜାଇଲେ ପିତୃପୁରୁଷ ଶାନ୍ତି ପାଇବା ସହ ଆତ୍ମଶୁଦ୍ଧି ହୋଇଥାଏ।

 

Leave A Reply

Your email address will not be published.