Latest Odisha News

BREAKING NEWS

ସାପ ତରକାରୀ ଖାଇଲେ କ’ଣ ହୁଏ ଜାଣନ୍ତୁ; କିପରି ବନାଇବେ ବତାଇଲେ ବୃଦ୍ଧା

ସାପକୁ ଦେଖିଲେ କିଏ ବା ନ ଡ଼ରେ । କିନ୍ତୁ ଆପଣ କେବେ ଦେଖିଛନ୍ତି କି ମଣିଷ ସାପ ଖାଉଛି? ହୁଏତ ଏହା ଦେଖି ନ ଥିବେ । କିନ୍ତୁ ଦୁନିଆର ଅନେକ ଦେଶରେ ସାପରୁ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହାକୁ ଲୋକମାନେ ବହୁତ ଉତ୍ସାହରେ ଖାଇଥା’ନ୍ତି । ଭିଏତନାମରୁ ଆରମ୍ଭ କରି ଚୀନ୍ ପର୍ଯ୍ୟନ୍ତ ସାପକୁ ଲୋକେ ଖାଇଥାନ୍ତି । କିନ୍ତୁ ଭାରତର କିଛି ଅଞ୍ଚଳରେ ଲୋକମାନେ ଅତି ଉତ୍ସାହର ସହିତ ସାପରୁ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି ।

ଭାରତର ଅନେକ ସ୍ଥାନରେ ଖାସ୍‌କରି ଆଦିବାସୀମାନେ ସାପ ତରକାରୀ ପସନ୍ଦ କରନ୍ତି । ତାମିଲନାଡୁ, କର୍ଣ୍ଣାଟକ, ନାଗାଲାଣ୍ଡ, ଝାଡଖଣ୍ଡ ଆଦି ରାଜ୍ୟର କେତେକ ସ୍ଥାନରେ ଲୋକେ ସାପକୁ ତରକାରୀ କରି ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା କିପରି ତିଆରି ହୁଏ? ୟୁଟ୍ୟୁବରେ ଜଣେ ବୃଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସାପ ତରକାରୀ ତିଆରି କରୁଥିବା ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ମାସ୍ତାନାମ ନାମକ ଜଣେ ବୃଦ୍ଧା ସାପ ତରକାରୀ ତିଆରି କରୁଥିବା ନଜର ଆସିଛନ୍ତି । ସେ ଏହି ତରକାରୀ ତିଆରି କରିବାର ସମ୍ପୂର୍ଣ୍ଣ ପଦ୍ଧତି ବତାଇଛନ୍ତି । ଭିଡିଓ ଆରମ୍ଭରେ, ସେ ପ୍ରଥମେ ଗୋଟେ ସାପକୁ ଥାଳିରେ ରଖି ଏକ ଛୋଟ ପଥର ସାହାଯ୍ୟରେ କାତି କାଢୁଛନ୍ତି । ଦୁଇ ଫାଳ କରି ପେଟରୁ ସବୁ କାଢିବା ପରେ ସେଥିରେ ହଳଦୀ ଓ ଲଙ୍କାଗୁଣ୍ଡର ଲେପନ କରୁଛନ୍ତି । ପରେ ଏକ ପ୍ୟାନ୍‌ରେ ତେଲ ପକାଇ ମାଛ ଭାଜିଲା ପରି ଭାଜୁଛନ୍ତି । ମସଲା ପ୍ରସ୍ତୁତ କରି ସେଥିରେ ସାପକୁ ପକାଇ ତରକାରୀ ପ୍ରସ୍ତୁତ କରୁଛନ୍ତି । ଶେଷରେ ଏହାକୁ କିଛି ଲୋକଙ୍କୁୁ ଖାଇବାକୁ ଦେଉଛନ୍ତି ଓ ସେମାନେ ଖୁସିର ସହ ଖାଉଥିବା ଦେଖିବାକୁ ମିଳିଛି ।
ସେଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ସାପ ମାଂସ ଖାଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ, ମୁଣ୍ଡବିନ୍ଧା ଦୂର ହୋଇଥାଏ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ।

 

Leave A Reply

Your email address will not be published.