Latest Odisha News

BREAKING NEWS

ହଲିଉଡ ଫିଲ୍ମରେ ନଜର ଆସିବେ ବିଗ୍‌ବସ ପ୍ରତିଯୋଗୀ ସୌନ୍ଦର୍ଯ୍ୟା ଶର୍ମା

ମୁମ୍ବାଇ: ହଲିଉଡ ଫିଲ୍ମରେ ନଜର ଆସିବେ ବିଗ୍‌ବସ ସିଜନ ୧୬ରେ ପ୍ରତିଯୋଗୀ ସାଜିଥିବା ସୌନ୍ଦର୍ଯ୍ୟା ଶର୍ମା । ଏହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ବିଗ୍‌ବସ ଘରୁ ବାହାରିବା ପରେ ସୌନ୍ଦର୍ଯ୍ୟାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବଲିଉଡରେ ଅନେକ ଅଫର ମିଳିବା ପରେ ଏବେ ତାଙ୍କୁ ହଲିଉଡ ଫିଲ୍ମରେ କାମ କରିବାକୁ ଅଫର ମିଳିଛି । ସେ କିଛି ଦିନ ତଳେ ଲସ ଆଞ୍ଜେଲସ ଯାଇ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ଚଳାଇଥଲେ । ସେଠାରେ ସେ ନ୍ୟୁୟର୍କ ଚଳଚ୍ଚିତ୍ର ଏକାଡେମୀ ଏବଂ ଲି ଷ୍ଟ୍ରାସବର୍ଗ ଥିଏଟର୍ସ ଏବଂ ଫିଲ୍ମ ଇନଷ୍ଟିଚ୍ୟୁଟରେ ତାଲିମ ନେଉଥିଲେ । ଏଥି ସହିତ ସେ ଏମ୍‌ଏଏରେ ମଧ୍ୟ ତାଲିମ ନେଉଛନ୍ତି ।

Leave A Reply

Your email address will not be published.