Latest Odisha News

BREAKING NEWS

ଆପଣ ମେହେନ୍ଦୀ ଲଗାଇବାକୁ ଭଲପାଆନ୍ତି କି ? ଜାଣନ୍ତୁ ଏହାର ଉପକାରିତା

ଓଡିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ବିବାହ, ବ୍ରତ ଏବଂ ପର୍ବ ମାନଙ୍କରେ ମହିଳା ଏବଂ ଯୁବତୀମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହାତରେ ଲଗାଯାଉଥିବା ସେହି ମେହେନ୍ଦୀ ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ । ମେହେନ୍ଦୀ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରାଇନଥାଏ ବରଂ ଏହାଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ହାତରେ ଲଗାଉଥିବା ମେହେନ୍ଦୀର ଉପକାରିତା ।

ମାଇଗ୍ରେନ୍ ପାଇଁ ମେହେନ୍ଦୀ ବହୁତ ଭଲ କାମ କରିଥାଏ । ସେଥିପାଇଁ ରାତିରେ ୨୦୦ ଗ୍ରାମ ପାଣିରେ ୧୦୦ ଗ୍ରାମ ମେହେନ୍ଦୀ ପତ୍ର ଛେଚିକରି ଭିଜାଇ ଦିଅନ୍ତୁ । ସକାଳୁ ସେହି ପାଣିକୁ ଛାଣିକରି ପିଅନ୍ତୁ । ଏହାଦ୍ୱାରା ମାଇଗ୍ରେନ୍ ସମସ୍ୟା ଦୂର ହୋଇଥାଏ ।

ମୂଳରୁ ଚର୍ମ ରୋଗ ମାରିବାକୁ ହେଲେ ମେହେନ୍ଦୀ ଗଛର ଛାଲରେ କାଢା ବନାଇ ସେବନ କରନ୍ତୁ । ଏହାକୁ ଲଗାତର ଭାବେ ୪୦ ଦିନ କରନ୍ତୁ । ମାତ୍ର ଧ୍ୟାନ ରଖିଥିବେ କି ସେହି ସମୟରେ ତ୍ୱଚାରେ ଯେପରି ସାବୁନ ବ୍ୟବହାର ନକରନ୍ତି ।

କିଡନୀ ପାଇଁ ମଧ୍ୟ ଏହା ବହୁତ ଭଲ କାମ କରିଥାଏ । ସେଥିପାଇଁ ଅଧା ଲିଟର ପାଣିରେ ୫୦ ଗ୍ରାମ ମେହେନ୍ଦୀ ପତ୍ର ଗୁଣ୍ଡ କରି ମିଶାନ୍ତୁ ଏବଂ ସେହି ପାଣିକୁ ଫୁଟାନ୍ତୁ । ଫାଣି ଫୁଟି ଫୁଟି ଶହେ ଗ୍ରାମ ହୋଇଗଲା ପରେ ସେହି ପାଣିକୁ ଛାଣି ନିଅନ୍ତୁ । ଏହାପରେ ସାଧାରଣ ଉଷୁମ ଥିବା ସେହି ପାଣିକୁ ରୋଗୀଙ୍କୁ ପିଆନ୍ତୁ । ଏଭଳି ଉପାୟ କରିବା ଦ୍ୱାରା କିଡନୀ ରୋଗ ଠିକ ହୋଇଯାଇଥାଏ ।

ଉଚ୍ଚ ରକ୍ତଚାପ ରେ ପିଡୀତ ଥିବା ବ୍ୟକ୍ତିଙ୍କ ପାଇଁ ମେହେନ୍ଦୀ କୌଣସି ଔଷଧ ଠାରୁ କମ୍ ନୁହେଁ । ସେଥଇପାଇଁ ମେହେନ୍ଦୀ ପତ୍ରକୁ ବାଟି ସେହି ପେଷ୍ଟକୁ ପାଦ ତଳ ଏବଂ ହାତର ଲଗାନ୍ତୁ । ଏହାଦ୍ୱାରା ଆପଣଙ୍କ ଫାଇଦା ହେବ ।

Leave A Reply

Your email address will not be published.