Latest Odisha News

BREAKING NEWS

କଟକରେ ମୁକୁଳା ଡ୍ରେନ୍ ନେଲା ଜୀବନ, ୨୧ ବର୍ଷର ଯୁବକ ମୃତ

କଟକ: ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । କଟକର ଝୋଳା ସାହିରେ ଶନିବାର ରାତିରେ ମୁକୁଳା ଡ୍ରେନରେ ଖସି ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନାଁ ରାହୁଲ । ଘର ରାଜସ୍ଥାନରେ ହୋଇଥିବା ବେଳେ ସେ କଟକର ଝୋଲାସାହିରେ ସମ୍ପର୍କୀୟଙ୍କ ସହ ରହୁଥିଲେ ।

ଗତକାଲି ପ୍ରବଳ ବର୍ଷାରେ କଟକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ସନ୍ଧ୍ୟାରେ ରାହୁଲ୍ ଚା ପିଇ ଫେରିବା ବେଳେ ମୁକୁଳା ଡ୍ରେନରେ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ରାହୁଲଙ୍କ ମୃତ୍ୟୁ ପରେ ତାଙ୍କ ବାପା ପୁରୀଘାଟ ପୋଲିସ ଥାନାରେ ଏତଲା ଦେଇଛନ୍ତି । ଘଟଣା ପାଇଁ ସେ ସରକାର ଓ ସିଏମସି ପ୍ରଶାସନକୁ ଦାୟୀ କରିଛନ୍ତି । ସ୍ଥାନୀୟ କର୍ପୋରେଟର କହିଛନ୍ତି, ଏହି ଡ୍ରେନଟି ଫନି ବାତ୍ୟା ସମୟରେ ଭାଙ୍ଗି ଯାଇଥିଲା । ଏନେଇ ସିଏମସିକୁ ଜଣାଇଥିଲି । ସୂଚନା ଅନୁସାରେ, ୧.୪ କୋଟି ଟଙ୍କାରେ ପୁନଃନିର୍ମାଣ କାମ ହେଉଛି । ଜାଇକା ଟେଣ୍ଡର ପାଇଥିବା ବେଳେ କାମ କରିବାରେ ବିଫଳ ହୋଇଥିବା କହିଛନ୍ତି କର୍ପୋରେଟର ।

୨୦୨୩ ମେ ମାସରେ ବକ୍ସ ଡ୍ରେନରେ ଫସି ଜଣେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ମାମଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ସିଏମସିର ୨ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲା ।

Leave A Reply

Your email address will not be published.