Latest Odisha News

BREAKING NEWS

ଆପଣ ସୋରିୟାସିସ୍ ରୋଗରେ ପୀଡିତ କି? ତେବେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ

ଭୁବନେଶ୍ଵର: ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି, ଯେଉଁ କାରଣରୁ ଅନେକ ଲୋକ ଅନେକ ପ୍ରକାର ରୋଗକୁ ସାମ୍ନା କରୁଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଜଟିଳ ରୂପ ଧାରଣ କରୁଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ସୋରିୟାସିସ୍‌ ଆଦି ଚର୍ମ ରୋଗ ଦେଖାଦେଉଛି। ଯଦି ସମୟ ପୂର୍ବରୁ ଏହାର ଉପଯୁକ୍ତ ଚିକିତ୍ସା କରା ନ ଯାଏ, ତା’ହେଲେ ଏହା ପୂରା ଶରୀରକୁ କବଜା କରିନେଇଥାଏ ।

ସୋରିୟାସିସ୍‌ ଚର୍ମ ସମ୍ବନ୍ଧୀୟ ଏକ ଏଭଳି ସମସ୍ୟା, ଯେଉଁଥିରେ ସ୍କିନ୍‌ର ସେଲ୍‌ସ ଖୁବ୍‌ ଶୀଘ୍ର ବଢ଼ିଥାଏ। ଏହା ଦ୍ୱାରା ତ୍ୱଚାରେ ଲାଲ ରଙ୍ଗର ହୋଇ ଫଳିଯାଏ । ଏହା କୁଣ୍ଡାଇ ହେବା ସହ ପ୍ରବଳ ଜଳାପୋଡ଼ା ମଧ୍ୟ ହୁଏ । ଏହା ଶରୀରର ତ୍ୱଚା ବ୍ୟତୀତ ତାଳୁ, ହାତ, ତଳିପାଦ, କହୁଣୀ, ଆଣ୍ଠୁ ଓ ପିଠିରେ ମଧ୍ୟ ହୋଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଏହି ରୋଗ ଦେଖାଦିଏ । ଆୟୁର୍ବେଦରେ ସେରିୟାସିସ୍‌ ରୋଗ କିଛି ମାତ୍ରାରେ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସୋରିୟାସିସ୍‌ ହୋଇଥିଲେ କେଉଁ କେଉଁ ଖାଦ୍ୟ ଖାଇବା ମନା।

ସୋରିୟାସିସ୍‌ ରୋଗରେ ପୀଡ଼ିତ ଥିଲେ, ଚିନି ଆଦୌ ଖାଆନ୍ତୁ ନାହିଁ। ଏହା ରୋଗକୁ ବଢ଼ାଇ ଦେଇଥାଏ। ଏଥିସହ ହୃଦ୍‌ ରୋଗର ଆଶଙ୍କାକୁ ବି ଚିନି ବୃଦ୍ଧି କରେ । ଯେଉଁମାନଙ୍କର ସ୍କିନ୍‌ ଆଲର୍ଜି ଅଛି, ସେମାନେ ଆଦୌ ବାଇଗଣ ଖାଆନ୍ତୁ ନାହିଁ । ଏହା ରୋଗକୁ ଆହୁରି ବଢ଼ାଇ ଦିଏ । ଅଧିକ ରାଗ, ଛଣାଛଣି ଜିନିଷ ଖାଇବା ଦ୍ୱାରା ମଧ୍ୟ ସୋରିୟାସିସ୍‌ ବଢ଼ିଥାଏ । ଏଣୁ ଚର୍ମ ରୋଗ ଥିଲେ, ଛଣାଛଣି ଜିନିଷ ଯଥା-ପକୁଡ଼ି, ବରା, ସିଙ୍ଗଡ଼ା, କଚୋରି, ପାସ୍ତା ଆଦି ଖାଆନ୍ତୁ ନାହିଁ । ଏହା ପାଚନ ତନ୍ତ୍ର ଉପରେ ମଧ୍ୟ କୁ-ପ୍ରଭାବ ପକାଇଥାଏ।

Comments are closed.