Latest Odisha News

ଆପଣ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି?, ଏମିତି କରନ୍ତୁ ଯୋଗାଯୋଗ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁ ଚର୍ଚ୍ଚିତ । ଯାହାକୁ ବୋଧେ ଏବେ ପ୍ରତିଟି ସାଧାରଣ ଭାରତୀୟ ନିହାତି ଭେଟିବାକୁ ଚାହୁଁଛନ୍ତି । ଯାହାର ଝଲକ ମୋଦିଙ୍କ ସମ୍ବୋଧିତ ସଭା ଏବଂ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ । କିଏ ତାଙ୍କ ପାଇଁ ଉପାହାରରେ ଫଟୋଚିତ୍ର ପ୍ରସ୍ତୁତ କରି କି ଆଣିଥାଏ, ତ ଆଉ କିଏ କେବଳ ଥରେ ମାତ୍ର ତାଙ୍କୁ ଭେଟିବାକୁ ମନରେ ଅଭିଳାଶ ନେଇ ଆସିଥାଏ ।

କିନ୍ତୁ କ’ଣ ଆପଣ ଜାଣନ୍ତି, ଆପଣ ବି ଚାହିଁଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ସାକ୍ଷାତ କରିପାରିବେ । ତାଙ୍କୁ ଭେଟି ତାଙ୍କ ସହ ବାର୍ତ୍ତାଳାପ କରିପାରିବେ । ଏଥିପାଇଁ ତାଙ୍କ ଅପଏଣ୍ଟମେଣ୍ଟ ନେବାକୁ ପଡିଥାଏ । ତେବେ ଜାଣନ୍ତୁ କିପରି ନେବେ ଅପଏଣ୍ଟମେଣ୍ଟ ?

ତେବେ ଫେସବୁକ ଠୁ ନେଇ ଏକ୍ସ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦି ବହୁତ ସକ୍ରିୟ ରହନ୍ତି । ଦେଶର ଜନତା ତାଙ୍କୁ କାଫି ପସନ୍ଦ କରନ୍ତି ଏବଂ ତାଙ୍କୁ ଭେଟିବାକୁ ଚାହାନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଓ୍ବେବସାଇଟ pmindia.gov.inରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ, ଆପଣମାନେ ପିଏମ ଓ୍ବେବସାଇଟରେ ଦିଆଯାଇଥିବା ନମ୍ର ଦ୍ବାରା ସଂପର୍କ କରିପାରିବେ । ଏଥିପାଇଁ ଆପଣ +91-11-23012312 ଏହି ନମ୍ବରରେ କଲ କରିପାରିବେ । ଏଥିସହିତ ସେଠାରେ ଫ୍ୟାକ୍ସ ନମ୍ବର 91-11-23019545 ଏବଂ 23026858 ନମ୍ବର ବି ଉପଲବ୍ଧ ରହିଛି । ଏହା ବ୍ୟତୀତ ଆପଣମାନେ ପିଏମ ମୋଦିଙ୍କ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ତାଙ୍କ ସହ ଯୋଗାଯୋଗ କରିପାରିବେ । ଇନଷ୍ଟାଗ୍ରାମ ଆକାଉଣ୍ଟ https://www.instagram.com/narendramodi ମାଧ୍ୟମରେ ତାଙ୍କୁ ଭେଟିବା ପାଇଁ ଅନୁରୋଧ କରିବା ପାଇଁ ।

ଏଥିସହିତ ଯଦି ଆପଣ ପ୍ରଧାମନ୍ତ୍ରୀଙ୍କ ପାଖରେ କିଛି ଅଭିଯୋଗ କରିବାକୁ ଚାହୁଁଛନ୍ତି, ତାହେଲେ https://www.pmindia.gov.insb ସେଠି ଅଭିଯୋଗ କରିପାରିବେ । ଏହା ବ୍ୟତୀତ https://pmopg.gov.in/CitizenReform  ଯାଇ ସେଠି ଅଭିଯୋଗ କରିପାରିବେ ।

Leave A Reply

Your email address will not be published.