Latest Odisha News

BREAKING NEWS

ପ୍ରତ୍ୟେକ ଦିନ ପିଅନ୍ତୁ ମାଠିଆ ପାଣି, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ଵର: ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆସିସାରିଛି। ଏମିତିକି ଅନେକ ସହରରେ ଏବେ ୩୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ପୁଣି ଖରାଦିନ ଆସିବା ମାତ୍ରେ ହିଁ ଲୋକମାନେ ନିଜ ନିଜ ଘରେ ଥଣ୍ଡା ପାଣି ରଖିବାର ବ୍ୟବସ୍ଥା କରନ୍ତି। ଏମିତିକି କିଛି ଲୋକ ଫ୍ରିଜ୍ ଓ ଏସି ମଧ୍ୟ କିଣିବାକୁ ଚିନ୍ତା କରନ୍ତି । ଅଧିକ ଲୋକ ଫ୍ରିଜ୍ ପାଣି ପିଇବାକୁ ପସନ୍ଦ କରନ୍ତି। ଖରା ଦିନ ଯେହେତୁ ଆସିଲାଣି ପାଣି ମଧ୍ୟ ଅଧିକ ପରିମାଣରେ ପିଇବା ଆବଶ୍ୟକ। ତେଣୁ ଆପଣ ଫ୍ରିଜ ପାଣି ପିଇବା ଅପେକ୍ଷା ମାଟି ପାତ୍ରରେ ଜଳ ସଂରକ୍ଷଣ କରି ପିଇବା ଅଭ୍ୟାସ କରିବା ଦରକାର। କାରଣ ଏହି ମାଠିଆ ପାଣି ପିଇବାର ଅନେକ ଫାଇଦା ରହିଛି। ତେଣୁ ଇସ୍ପାତ ଏବଂ ପ୍ଲାଷ୍ଟିକ ପାତ୍ର ବଦଳରେ ଆପଣ ମାଟି ପାତ୍ରରେ ପାଣି ରଖି ପିଇବା ଦରକାର। ଏହି ପାଣି ପିଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ହେବ। ଏହି ମାଠିଆ ପାଣି ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେବ।

ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁ ନାଶକ ।  ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ । କ୍ଳାନ୍ତିରୁ ମଧ୍ୟ ଏହି ପାଣି ଉପଶମ ଦିଏ । ଯଦି ଶରୀରର କୌଣସି ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେଠାରେ ମାଠିଆ ପାଣି ଢ଼ାଳିଲେ ରକ୍ତ କ୍ଷରଣ ଅନେକାଂଶରେ ବନ୍ଦ ହୋଇଯାଏ । ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଆଖି ଓ ହାର୍ଟ ସୁସ୍ଥ ରହିଥାଏ । ପେଟଜନିତ ସମସ୍ୟା ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍‌ ଉପକାରୀ । ଯଦି ଆପଣଙ୍କର ଆଜମା ଜନିତ ସମସ୍ୟା ରହିଛି ତେବେ ମାଠିଆ ପାଣିଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରୁଖନ୍ତୁ । ପ୍ରତିଦିନ ମାଠିଆରୁ ବାସି ପାଣି ବାହାର କରି ପରିଷ୍କାର ପାଣି ଭର୍ତ୍ତି କରନ୍ତୁ । କାରଣ ମାଠିଆରେ ପାଣି ଅଧିକ ଦିନ ବ୍ୟବହୃତ ନ ହୋଇ ରହିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି । ତେଣୁ ପ୍ରତିଦିନ ମାଠିଆ ପାଣିକୁ ବଦଳାଇ ଦିଅନ୍ତୁ ।

Comments are closed.