Latest Odisha News

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ଯାଜପୁର ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ୍ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତ ମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ଡକାୟତି ଯୋଜନା ଚଳାଇଥିବା ବେଳେ ଏହି ଡକାୟତ ମାନେ ପୋଲିସ୍ ହାତରେ ଧରାପଡିଛନ୍ତି ।

ଯାଜପୁର ରୋଡ୍ ପୋଲିସ୍ ୫ଜଣ ସଶସ୍ତ୍ର ଡକାୟତଙ୍କୁ ଗିରଫ୍ କରିବା ସହିତ ସେମାନଙ୍କ ନିକଟରୁ ଏକ ନକ୍ସା, ୨ ଟି ଜୀବନ୍ତ ବୋମା, ଏକ ପିସ୍ତଲ ଓ ୩ଟି ଅଫୁଟା ଗୁଳି ସହିତ ଏକାଧିକ ମାରଣାସ୍ତ୍ର ଜବତ୍ ଜବତ କରିଛି ।

ଏଥିସହ ସେମାନଙ୍କ ଠାରୁ ୩ହଜାର ୫ଶହ ନଗଦ ଟଙ୍କା ଓ ସୁନାରୂପା ଅଳଙ୍କାର ସହିତ ୫ଟି ହାତଘଣ୍ଟା ଓ ୯ଟି ମୋବାଇଲ ଫୋନ୍, ୯ଟି ଗ୍ଲାମର୍ ବାଇକ୍ ଜବତ୍ କରିଛି ପୋଲିସ୍ ।

ଗିରଫ୍ ଡକାୟତ ମାନେ ହେଲେ ବ୍ୟାସନଗର ମୁଣ୍ଡମାଳ ଅଞ୍ଚଳର ଅଜୁ ଓରଫ୍ ଅଜୟ ମଲ୍ଲିକ୍, ବାବା ଓରଫ୍ ସନ୍ତୋଷ ପୃଷ୍ଟି, ଟୁନା ଓରଫ୍ ଅନିରୁଦ୍ଧ ମହାରଣା, ପ୍ରଶାନ୍ତ ନାୟକ ଓ ଦେବପ୍ରସାଦ ହୋତା ବୋଲି ଜଣାପଡିଛି । ଗିରଫ୍ ମାନଙ୍କୁ ପୋଲିସ୍ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ।

ଯାଜପୁର ରୋଡ ଏସ.ଡି.ପି.ଓ ଚିନ୍ମୟ କୁମାର ନାୟକ ଆଜି ଯାଜପୁର ରୋଡ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.