Latest Odisha News

BREAKING NEWS

୫ ମାସ ତଳେ ଆଇପିଏଲ ନେଇ ଭବିଷ୍ୟବାଣୀ କରିଥିଲେ, ୬ରୁ ୫ ଠିକ୍….

ଆବୁଧାବି: ଆଇପିଏଲର ଫାଇନାଲ ମ୍ୟାଚ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହା ପରେ ଚାମ୍ପିୟନ କିଏ ହେବ ଜଣାପଡିବ । ତେବେ ବର୍ତମାନ ସୋସିଆଲ ସାଇଟରେ ୪ ମାସ ତଳେ ଫଳାଫଳ ଭବିଷ୍ୟବାଣୀ କରିଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ । ତାଙ୍କ ଟୁଇଟ ଏବେ ଭାଇରାଲ ହୋଇଛି । ୟୁଜରଙ୍କ ନାମ ମିତୁଲ । ସେ ୨୭ ଜୁଲାଇରେ ୬ଟି ଭବିଷ୍ୟବାଣୀ କରିଥିଲେ ତା ମଧ୍ୟରୁ ୫ଟି ଠିକ୍ ହୋଇଥିଲା । ଆସନ୍ତୁ ଜାଣିବା କଣ କଣ ସେ ଭବିଷ୍ୟବାଣୀ କରିଥିଲେ ।

୧.ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫକୁ ଯିବ ନାହିଁ ।
୨.ରାଜସ୍ଥାନ ରୟାଲ୍ସ ଶେଷ ସ୍ଥାନରେ ରହିବ ।
୩.କିଙ୍ଗ୍ସ ଏକାଦଶ ପଞ୍ଜାବ ପ୍ଲେ ଅଫକୁ ଯିବନି ।
୪.ବିରାଟ କୋହଲିଙ୍କ ପ୍ରଦର୍ଶନ ଭଲ ରହିବ ନାହିଁ ।
୫. ଦିଲ୍ଲୀ, ମୁମ୍ବାଇ ସହିତ ପ୍ଲେ ଅଫକୁ ଉନ୍ନୀତ ହେବ ବାଙ୍ଗାଲୋର ।
୬.ସନରାଇଜର୍ସ ହାଇଦ୍ରାବାଦ ଚାମ୍ପିୟନ ହେବ ।
ଏହା ମଧ୍ୟରୁ କେବଳ ହାଇଦ୍ରାବାଦ ଚାମ୍ପିୟନ ହେବା ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୋଇଛି ।

Leave A Reply

Your email address will not be published.