Latest Odisha News

ପ୍ରେମିକାକୁ ପ୍ରତାରଣା, ବନ୍ଧା ହେଲେ ଡାକ୍ତର

ବୌଦ୍ଧ: ଫେସବୁକରେ ପ୍ରେମ ହେଲା । ଆଉ ଧିରେ ଧିରେ ସଂପର୍କ ନିବିଡ ହେଲା । ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ବି ଦେଲେ । ହେଲେ ଆଉ ଜଣେ ଝିଅକୁ ବାହା ହୋଇଗଲେ । ପ୍ରେମିକାକୁ ପ୍ରତାରଣା କରି ଶେଷରେ ବନ୍ଧା ହୋଇଛନ୍ତି ଜଣେ ଡାକ୍ତର । ବୌଦ୍ଧ ଜିଲ୍ଲା କଂଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିବା ତପନ କୁମାର ଶତପଥୀଙ୍କୁ ପୋଲିସ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ , ଡାକ୍ତର ତପନ କୁମାର ଶତପଥୀଙ୍କ ଗତ କିଛି ବର୍ଷ ହେଲା ଫେସବୁକରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଡାକ୍ତର ଶତପଥୀ ସେହି ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହ ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ୨୦୧୯ରେ ଡାକ୍ତର ଶତପଥୀ ଅନ୍ୟ ଜଣେ ଝିଅଙ୍କୁ ବିବାହ କରିଥିଲେ । ଏବଂ ତାଙ୍କ ସହ ସମ୍ପର୍କ ଛିନ୍ନ କରିଦେଇଥିଲେ । ଏନେଇ ସେ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ବୌଦ୍ଧରୁ ଡାକ୍ତର ତପନ କୁମାର ଶତପଥୀଙ୍କୁ ଗିରଫ କରିଛି ।

Leave A Reply

Your email address will not be published.