Latest Odisha News

BREAKING NEWS

ସ୍ୱର୍ଗଦ୍ୱାରରେ ଜଳିଲା ମହାରଥୀଙ୍କ ଜୁଇ

ପୁରୀ: ପଂଚଭୂତରେ ଲୀନ ହେଲେ ମହାରଥୀ । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଛନ୍ତି । ପାର୍ଥିବ ଶରୀର ଜଳିଯାଇଛି । ଆଉ, ବିଧାୟକ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମସ୍ତଙ୍କ ଠାରୁ ଶେଷ ବିଦାୟ ନେଇଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମହାରଥୀଙ୍କ ଶେଷ ସଂସ୍କାର କରାଯାଇଛି ।

କିଏ ଘିଅ ତ ଆଉ କିଏ ଦି ଖଣ୍ଡ କାଠ । ମହାରଥୀଙ୍କ ଜୁଇରେ ପକାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛି । ଶୋକାକୁଳ ପରିବେଶରେ ସମସ୍ତେ ବିଦାୟ ଦେଇଛନ୍ତି ପ୍ରିୟର ନେତାଙ୍କୁ । ହଜାର ହଜାର ଲୋକ, ପ୍ରଶଂସକ ଓ ସବୁ ଦଳର ନେତା ଏକାଠି ହୋଇ ମହାରଥୀଙ୍କ ଶେଷ ଦର୍ଶନ କରିବା ସହ ଶେଷ ଶ୍ରଦ୍ଧାଂଜଳି ଦେଇଛନ୍ତି ।

ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା ପାର୍ଥିବ ଶରୀର । ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିଲା ।

Leave A Reply

Your email address will not be published.