Latest Odisha News

BREAKING NEWS

ଅଗଷ୍ଟ ୧୮ ସୁଦ୍ଧା ତଦନ୍ତ ସାରିବାକୁ ମମତାଙ୍କ ନିର୍ଦ୍ଦେଶ, ନଚେତ୍… 

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡା ଚେତାବନୀ।

ଅଗଷ୍ଟ ୧୮ ସୁଦ୍ଧା କୋଲକାତା ପୋଲିସ ଯଦି ତଦନ୍ତ ନସାରେ ତାହେଲେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ହସ୍ପିଟାଲର ସୁରକ୍ଷାକର୍ମୀ ଏବଂ ନର୍ସମାନଙ୍କ ଉପସ୍ଥିତି ସତ୍ତ୍ୱେ ଏପରି ଘଟଣା ଘଟିବା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ- ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ

ସେପଟେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ଦାବିରେ ତିନି ଦିନ ହେଲା ରେସିଡେଣ୍ଟ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଏହା ମଧ୍ୟରେ ପଶ୍ଚିମବଙ୍ଗ ସରକାର କଲେଜର ଅଧିକ୍ଷକଙ୍କୁ ନିଲମ୍ବିତ କରିଦେଇଛନ୍ତି।

Comments are closed.