Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଅନ୍ ନୋନ ନଂ ଟେ ! ଚିଡ଼ ଚିଡ଼ ହୋଇ ଫୋନଟାକୁ କାଟିଦେଲା ଆସ୍ଥା । ଦୁଇ ତିନି ଥର ଫୋନ କାଟି ସାରିଲା ପରେ ଚତୁର୍ଥ ଥର ବେଳକୁ ଫୋନ ଉଠେଇ ଥିଲା ଏବଂ ବିରକ୍ତ ହୋଇ କହିଲା ବାରମ୍ବାର ଫୋନଟିକୁ କାଟିଲା ପରେ ଆପଣ ପୁଣି କାହିଁକି …..?

ସେପଟୁ କେହି ଜଣେ ଅତି ଭଦ୍ର ,ଶାନ୍ତ ଆଉ ମିଠା ଗଳାରେ କହୁଥିଲେ, ଆପଣ କାହାର ଆଡ୍ମିସନ ପାଇଁ କହୁଥିଲେ କି , ସ୍ୱାହା କହୁଥିଲା ? ସେଥିପାଇଁ ମୁଁ !

ଆରେ ଆପଣ ମୋକ୍ଷତା ମାମ୍ । ସରି ଆପଣଙ୍କ ସହିତ ଅଜାଣତରେ କେତେ ଅଭଦ୍ରାମି କରିସାରିଲିଣି, ମୋତେ ଆପଣ ପ୍ଲିଜ କ୍ଷମା କରି ଦିଅନ୍ତୁ; ଆସ୍ଥା ବିନମ୍ର ଗଳାରେ କହୁଥିଲା !!

ଆଜ୍ଞା ନାଇଁ ଏଥିରେ ଆପଣଙ୍କ ସେମିତି କିଛି ଭୁଲ ନାହିଁ, ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି । ଆଜିକାଲି ବାରମ୍ବାର ଫୋନ କରି ବିଭିନ୍ନ ଫ୍ରଡ଼୍ ସଂସ୍ଥା ବିଭିନ୍ନ ବ୍ୟାଙ୍କର ନାଁ କହି ଲୋନ କରେଇବା ପାଇଁ ବିଭିନ୍ନ ଲୋଭ ଦେଖାଇ ଏମିତି ହଇରାଣ କରୁଛନ୍ତି । ଆହୁରି ଅନେକ ୟାଡୁ ସ୍ୟାଡୁ ନମ୍ବର ଗୁଡାକ ଆସି ହଇରାଣ କରୁଛନ୍ତି । ତେଣୁ ଏସବୁ ବିଷୟରେ ଭଲ ଭାବରେ ଜାଣିଚି, ତେଣୁ ଆପଣ ଏବିଷୟରେ ବେଫିକର ରୁହନ୍ତୁ । ମୁଁ ଆପଣଙ୍କ ବ୍ୟବହାରରେ ଆଦୌ ବ୍ୟସ୍ତ କିମ୍ବା ବିଚଳିତ ନୁହେଁ । ଏଥର ବିଷୟ ଉପରେ କଥା ହେବା ମାଡାମ୍ ?

ହଁ ହଁ ନିଶ୍ଚିତ ଭାବରେ ! ମୁଁ କଣ କହୁଥିଲିକି, କିଛି ଦିନର ଅବଧି ପରେ ମୁଁ ମୋ ଝିଅକୁ ଆଉ ଥରେ ପଢେଇବାକୁ ଚାହୁଁଚି । ସ୍ୱୟଂ ଆଉ ସ୍ୱାହା ତ ଆପଣଙ୍କ ସ୍କୁଲରେ ପଢୁଛନ୍ତି ସେଥିପାଇଁ ମୁଁ ସୁରେଖାକୁ ଆପଣଙ୍କ ତତ୍ତ୍ବାବଧାନରେ ଛାଡିବାକୁ ଚାହୁଁଛି । ତେଣୁ ଏବେତ ପରୀକ୍ଷା ସରିଛି, ନିଉ ସେସନ ଆରମ୍ଭ ହେଲେ ଆମେ ଆପଣଙ୍କୁ ଜଣେଇବୁ ।ତଥାପି ଆପଣ କେତେବେଳେ ସ୍କୁଲ ଆଓ୍ବାରରେ ଆସି ଅଫିସରେ ଦେଖା କରନ୍ତୁ । ତା’ପରେ କଥା ହେବା ।

କ୍ରମଶଃ

Leave A Reply

Your email address will not be published.