Latest Odisha News

BREAKING NEWS

ସାଇବର କ୍ରାଇମ୍‌ର ଶିକାର ହେଲେ ଡାକ୍ତରାଣୀ, ଠକି ନେଲେ ୧୨ ଲକ୍ଷ ଟଙ୍କା

ରାୟଗଡା: ସାଇବର କ୍ରାଇମ୍ ହୋଇଛନ୍ତି ଜଣେ ଡାକ୍ତରାଣୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଠକେଇର ଶିକାର ହୋଇଥିବା ଡାକ୍ତରାଣୀ ଜଣକ ହେଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ଏନେଇ ସେ ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଡାକ୍ତର ମମତାଙ୍କୁ ଜଣେ ବ୍ୟକ୍ତି କୋରିୟର ଅଫିସ୍‌ରୁ ଫୋନ୍ କରୁଥିବା କହିଥିଲେ । ମତାଙ୍କ ଆଧାରକାର୍ଡ ସହ ଲିଙ୍କ୍ ଥିବା ଏକ ସନ୍ଦେହଜନକ ବ୍ୟାଗ୍ ଆସିଥିବା ଏବଂ ତାଙ୍କ ନାଁରେ ସଙ୍ଗିନ୍ ଅଭିଯୋଗ ଥିବା କହିଥିଲେ । ସଙ୍ଗେସଙ୍ଗେ ନକଲି ପୁଲିସ୍ ଅଫିସରଙ୍କ ନିକଟକୁ କଲ୍ ଟ୍ରାନ୍ସଫର ହୋଇଥିଲା । ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କୁହାଯାଇଥିଲା । ଉଲ୍ଲଘଂନ କଲେ ଗିରଫ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିଲେ । ତାଙ୍କ ଅଭିଯୋଗ କ୍ରମେ ପୋଲିସ ଏବଂ ପୋଲିସର ସାଇବର ସେଲ ଘଟଣାର ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.