Latest Odisha News

BREAKING NEWS

ମୁଁ ବିନ୍ଦାସ ଥିଲି; ତୁମକୁ ବିବାହ କରି ମୋ ଜୀବନ ନର୍କ ହେଇଗଲା… 

୭ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖି ଝୁଲିପଡିଲେ ଡାକ୍ତର

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସହରରେ ଜଣେ ୨୬ ବର୍ଷୀୟ ନବବିବାହିତ ମହିଳା ଡାକ୍ତର ପ୍ରତୀକ୍ଷା ଭୁସାରେ ଆତ୍ମହତ୍ୟା କରିଛନ୍ତି।

ସୁଇସାଇଡ୍ ନୋଟ୍ ଅନୁଯାୟୀ, ମୁଁ ବିନ୍ଦାସ ଥିଲି, ଆତ୍ମନିର୍ଭର ମଧ୍ଯ। ତୁମେ ମୋ ଜୀବନକୁ ଆସିଲ, ମୋ ଜୀବନକୁ ନର୍କ କରିଦେଲ ।ତୁମ ପ୍ରେମରେ ଅନ୍ଧ ହୋଇ ଆଖିବୁଜି ତୁମକୁ ବିଶ୍ବାସ କଲି। ଭାବିଥିଲି ତୁମେ ମୋ’ ସ୍ୱପ୍ନରେ ଡେଣା ଲଗାଇବ, ଏକ ଛୋଟ ପରିବାର ଦେବ। ତୁମେ ଯେପରି କହିଲ ସେପରି କଲି। କିନ୍ତୁ ସେଥିରେ ତୁମେ ସନ୍ତୁଷ୍ଟ ହେଲନି। ଏହାପରେ ମୋ’ ଚରିତ୍ର ଉପରେ ସନ୍ଦେହ କରିବା ଆରମ୍ଭ କଲ । ଏପରି ନର୍କରେ ଘାଣ୍ଟି ହେବା ଅପେକ୍ଷା ଦୁନିଆ ଛାଡ଼ିଦେବା ଭଲ। ତେବେ ଚିତାରେ ଶୋଇଦେବା ପୂର୍ବରୁ ଶେଷ ଥର ପାଇଁ ମୋତେ ଜାବୁଡ଼ି ଧରିବ।

ସୂଚନାନୁସାରେ, ପାଞ୍ଚ ମାସ ପୂର୍ବେ ବିବାହ କରିଥିଲେ ଏହି ଡାକ୍ତର ଦମ୍ପତି। ମହିଳା ଡାକ୍ତର ଜଣକ ଛତ୍ରପତି ସମ୍ଭାଜିନଗରରେ ଥିବା ଏକ ଅଗ୍ରଣୀ ଘରୋଇ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

କିନ୍ତୁ ବିବାହର କିଛିମାସ ସବୁ ଠିକଠାକ୍ ଭାବେ ଚାଲିଥିବା ବେଳେ ପରେପରେ ସ୍ୱାମୀ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ତାଙ୍କ ସ୍ୱାମୀ ହଇରାଣ କରୁଥିବା ଅଭିଯୋଗ କରି ମହିଳା ଜଣକ ଏକ ସାତ ପୃଷ୍ଠାର ନୋଟ୍ ଛାଡିଛନ୍ତି ଏବଂ ଯେଉଁଥିରେ ସେ ଆତ୍ମହତ୍ୟା ପାଇଁ ସ୍ୱାମୀଙ୍କୁ ଦାୟୀ କରିଛନ୍ତି।

ତାଙ୍କ ସ୍ୱାମୀ ରୁଷରୁ ମେଡିକାଲ ପାଠ ପଢ଼ିଥିବା ବେଳେ ନିଜର ଏକ ହସ୍ପିଟାଲ ଖୋଲିବାକୁ ଚାହୁଁଥିଲେ। ଏଥିନିମନ୍ତେ ବାପଘରୁ ଅଧିକ ଟଙ୍କା ଆଣିବା ନିମନ୍ତେ ସେ ପତ୍ନୀଙ୍କ ଉପରେ ଚାପ ପକାଉଥିଲେ।ତେବେ ଏନେଇ ସିଡକୋ ଥାନାରେ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଦମ୍ପତି ଚଳିତ ବର୍ଷ ମାର୍ଚ୍ଚ ୨୭ରେ ବିବାହ କରିଥିଲେ।

Comments are closed.