Latest Odisha News

BREAKING NEWS

ସର୍ପାଘାତରେ ଡାକ୍ତର ଅସୁସ୍ଥ, ବାତ୍ଯା ଡ୍ୟୁଟିରେ ନିୟୋଜିତ ଥିଲେ 

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି) ରେ ବାତ୍ଯା ‘ଦାନା’ ବେଳେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ସାପ କାମୁଡ଼ିଥିବା ଜଣାପଡିଛି।

ସୂଚନାନୁସାରେ, ବାତ୍ଯା ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ବବୁଲ ମହାନ୍ତି ଜିଲ୍ଲାର ମହାକାଳପଡାସ୍ଥିତ ପିଏଚସିରେ ନିଯୁକ୍ତ ହୋଇଥିଲେ। ଡାକ୍ତରୀ ଟିମଙ୍କ ପାଇଁ ପିଏଚସିରେ ଶୌଚାଳୟ ନଥିବାରୁ ସେ ଅକ୍ଟୋବର ୨୫ରେ ଶୌଚ ହେବାକୁ ବାହାରକୁ ଯାଇଥିଲେ।

ସେହି ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଡାକ୍ତର ମହାନ୍ତିଙ୍କୁ ଆଣ୍ଟି ସ୍ନେକ ଭେନମ ଇଞ୍ଜେକ୍ସନ ଦିଆଯାଇଥିଲା ଏବଂ ପରେ ତାଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଡାକ୍ତରଖାନାର ମେଡିସିନ୍ ବିଭାଗର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି।

Comments are closed.