Latest Odisha News

ଶରୀରରୁ ଅଲଗା ହୋଇଯାଇଥିଲା ହାତ: ଯୋଡିଦେଲେ ଡାକ୍ତର

କଟକ: ପୁଣି ଡାକ୍ତରୀ ଚିକିତ୍ସାରେ ଆଉ ଏକ ବଡ ସଫଳତା ହାସଲ କରିଛି ସିଲଭର ସିଟି କଟକ । ଶରୀରରୁ ଅଲଗା ହୋଇଯାଇଥିବା ହାତ ପାପୁଲିକୁ ପୁଣି ସଫଳାତାର ସହ ଯୋଡିଛନ୍ତି ଡାକ୍ତରମାନେ । ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ଏବେ ସଫଳତାର ସହ କଟା ହାତକୁ ଯୋଡିଛନ୍ତି କଟକର ଏକ ଘରୋଇ ଡାକ୍ତରଖାନାର ଡାକ୍ତର ।

ତେବେ ମିଳିଥିବା ସୂଚନା ଅନୁସାରେ, କ୍ରାନ୍ତିକୁମାର ପଲେୟା ନାମକ ଜଣେ ବ୍ୟକ୍ତି ମେସିନରେ କାମ କରୁଥିବା ସମୟରେ ତାଙ୍କ ହାତଟି ସଂପୂର୍ଣ୍ଣ କଟିଯାଇଥିଲା । ସେହି କଟା ହାତଟିକୁ ଧରି କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ବିଭୂତି ନାୟକଙ୍କ ପାଖରେ ଯାଇ ପହଞ୍ଚି ଥିଲେ କ୍ରାନ୍ତିକୁମାର । ଏହାପରେ ଅସ୍ତ୍ରପଚାର ଆରମ୍ଭ ହୋଇଥିବା ବେଳେ ପ୍ଲାଷ୍ଟିକ ସର୍ଜନ ଏବଂ ଅର୍ଥୋପେଡିକ୍ ଡାକ୍ତରଙ୍କ ୪ ଜଣିଆ ଟିମର ୭ ଘଣ୍ଟାର ପରିଶ୍ରମ ପରେ କଟାହାତକୁ ସଫଳତାର ସହ ଯୋଡାଯାଇଛି । ପାଖାପାଖି ଅସ୍ତ୍ରପଚାରର ୨ ସପ୍ତାହ ପରେ ହାତ ପାପୁଲି ସକ୍ରିୟ ହୋଇଛି । ତେବେ ଡାକ୍ତରଙ୍କ କହିବା କଥା, ଅଘଟଣର ୨ ଘଣ୍ଟା ଭିତରେ କ୍ରାନ୍ତିକୁମାର ମେଡ଼ିକାଲ୍ ପହଞ୍ଚିଥିବାରୁ ଅପରେସନ୍ ସଫଳ ହୋଇପାରିଛି। ଆଗକୁ କ୍ରାନ୍ତିକୁମାରଙ୍କ ହାତ ସ୍ୱାଭାବିକ ଭାବେ କାମ କରିବ।

Leave A Reply

Your email address will not be published.