ଯାଜପୁର: ଡାକ୍ତରଖନାରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା କୁଷ୍ଠ ରୋଗୀଙ୍କୁ ର୍ଦୁବ୍ୟବହାର କରି ତଢିଦେଇଛନ୍ତି ଡାକ୍ତର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ମେଡିକାଲ ପରିସରରେ । ଅଭିେଯୋଗ ମୁତାବକ ସ୍ଥାନୀୟ ଗାନ୍ଧୀ କୁଷ୍ଠାଶ୍ରମ ବସ୍ତିର ରାମଚନ୍ଦ୍ର ମହାରଣା ଛାତି ଓ ଆଖିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ତ୍ରୀଙ୍କ ସହ ଯାଜପୁର ରୋଡ ମେଡିକାଲକୁ ଆସିଥିଲେ । ହେଲେ ସେଠାରେ ଚିକିତ୍ସା ବଦଳରେ ତାଙ୍କୁ ମିଳିଥିଲା ର୍ଦୁବ୍ୟବହାର । ସେହି ସମୟରେ ଆଉଟ ଡୋରରେ ରୋଗୀ ଦେଖୁଥିବା ଡାକ୍ତର ଶିଶିର ସାହୁ ଏହି ବୃଦ୍ଧ ଦମ୍ପତିଙ୍କୁ ର୍ଦୁବ୍ୟବହାର କରି ସେଠାରୁ ତଢି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ଡାକ୍ତର ତାଙ୍କୁ ମାଡ ମାରିବାକୁ ହାତ ଉଠାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଫଳରେ ଚିକିତ୍ସା ନ ପାଇ ସେ ମେଡିକାଲରୁ ଫେରିଯାଇଥିବା ଜଣାପଡିଛି । ପରେ ଏନେଇ ଏହା ଦମ୍ପତ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାକୁ ସେ ଦାବୀ କରିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଡାକ୍ତର । ସେ କୌଣସି ରୋଗୀଙ୍କୁ ର୍ଦୁବ୍ୟବହାର କରି ନଥିବା ସଫେଇ ଦେଇଛନ୍ତି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.