ଯୋଧପୁର: ରାଜସ୍ଥାନର ଯୋଧପୁର ଏବଂ ଜୈସଲମେରରେ ଡାକ୍ତରମାନଙ୍କୁ ବର୍ତ୍ତମାନ ରୋଗୀଙ୍କର ଚିକିତ୍ସା କରିବା ସହ ବୁଲା କୁକୁରଙ୍କୁ ମଧ୍ୟ ହସ୍ପିଟାଲ ପରିସରରୁ ଘଉଡ଼ାଇବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ହସ୍ପିଟାଲ ଡାକ୍ତରମାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ ମଧ୍ୟ କରାଯାଇଛି। ତେବେ ଏହି ଖବର ଇଣ୍ଟରନେଟରେ ଭାଇରାଲ ହେବାପରେ ଏହାକୁ ନେଇ ଡାକ୍ତରମାନଙ୍କ ତରଫରୁ ଭିନ୍ନଭିନ୍ନ ବୟାନ ଆସିଛି।
ସୂଚନା ଅନୁଯାୟୀ ଯୋଧପୁରର ଦୁଇଟି ହସ୍ପିଟାଲରେ ଡାକ୍ତରମାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଯେଉଁମାନେ ସମସ୍ତ ହସ୍ପିଟାଲ ଫାଟକ ବନ୍ଦ ଅଛି କି ନାହିଁ ତଦାରଖ କରିବା ସହ ହସ୍ପିଟାଲ ପରିସରରେ ବୁଲା କୁକୁର ପ୍ରବେଶକୁ ରୋକିବାର ମଧ୍ୟ ଦାୟୀତ୍ବ ନେବେ। ଏଥିସହିତ ଯେଉଁସବୁ ସ୍ଥାନରେ କୁକୁର ପଶିବାର ସମ୍ଭାବନା ରହିଥିବ ସେହି ସ୍ଥାନ ମାନଙ୍କରେ ପ୍ରଭାବଶାଳୀ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରାଯିବ।
ଏସବୁ ସତ୍ତ୍ୱେ ମଧ୍ୟ ଯଦି ହସ୍ପିଟାଲ ପରିସରରେ ବହୁ ସଂଖ୍ୟକ ବୁଲା କୁକୁର ମିଳିବେ ତାହେଲେ ନୋଡାଲ ଡାକ୍ତରମାନେ, ନଗର ନିଗମ ସହିତ ମିଶି ହସ୍ପିଟାଲ ପରିସରରୁ କୁକୁରମାନଙ୍କୁ ଘଉଡ଼ାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
Comments are closed.