Latest Odisha News

BREAKING NEWS

ଭାଇରାଲ ହେଉଛି ‘ଡାକ୍ତରଙ୍କ ଅଷ୍ଟଭୂଜା’ ରୂପ

ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଏହି ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଜଣେ ଡାକ୍ତରଙ୍କର ‘ଅଷ୍ଟଭୂଜା ରୂପ’ ।

BjdElectrycity

ସୂଚନାନୁଯାୟୀ କରୋନା ସଙ୍କଟ ସମୟରେ ଡାକ୍ତର ମାନେ ଦିନ ରାତି ଭୁଲି ରୋଗୀଙ୍କ ସେବାରେ ଲାଗି ପଡିଛନ୍ତି । ଉକ୍ତ ଫଟୋରେ ଜଣେ ମହିଳା ଡାକ୍ତର ୧୦ ଭୂଜାରେ ମେଡିକାଲ୍ ସରଞ୍ଜାମ ଧାରଣ କରିଥିବା ଦେଖିବାକୁ ମିଳିଛି ।

ତେବେ ଡାକ୍ତରଙ୍କ ଏଭଳି ଫଟୋକୁ ଦେଖି ୟୁଜର୍ସ ମାନେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।

ଏପରିକି ଆଉ କିଛି ୟୁଜର୍ସ ଡାକ୍ତରଙ୍କୁ ଇଶ୍ୱରଙ୍କ ରୂପ କହୁଥିବା ବେଳେ ଆଉ କିଛି ଏହାକୁ ନବରାତ୍ରୀର ସର୍ବଶ୍ରେଷ୍ଠ ଶୁଭେଚ୍ଛା ବୋଲି ଉଲ୍ଲେଖ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.