Latest Odisha News

BREAKING NEWS

ଏଫଏଲଓ ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲରେ କୋଭିଡ଼ ଓ୍ବାରିୟର୍ସଙ୍କୁ ଶୁଭେଚ୍ଛା

ଭୁବନେଶ୍ବର : ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଛି । କ୍ୟାପିଟାଲ ହସପିଟାଲର ୧୩୦୦ରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିଛି ଏଫଏଲଓ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସହାୟତା ମେଡିକାଲ୍ କର୍ମଚାରୀ ସାମିଲ ହୋଇଥିଲେ । ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ ବା ବିଏମସିର ଡେପୁଟି କମିଶନର ଅଂଶୁମାନ ରଥ ଓ ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କୋଭିଡ ଓ୍ବାରିୟର୍ସଙ୍କୁ ‘ସୁଖ କିଟ୍’ ସହ ଶୁଭେଚ୍ଛା ଜଣାଇଥିଲେ । ଲୋକଙ୍କ ଜୀବନକୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ଭୂମିକା ବେଶ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି ଏଫଏଲଓ ଭୁବନେଶ୍ବରର ଅଧ୍ୟକ୍ଷା ସି.ଏସ୍ ସୁନୀତା ମହାନ୍ତି । ସମଗ୍ର ଡାକ୍ତର ସମ୍ପ୍ରଦାୟକୁ ସମ୍ମାନ ଜଣାଇବା ପାଇଁ ଆମେ ଏହି ଦିନ ପାଳନ କରୁଛୁ ବୋଲି ସେ କହିଛନ୍ତି ।

Comments are closed.