Latest Odisha News

BREAKING NEWS

ଖୋଲିବ ଜବତ କୋକେନର ରହସ୍ୟ : ତଦନ୍ତରେ ସହଯୋଗ ପାଇଁ ଆସିଲେ ଇଣ୍ଟରପ୍ରିଟର୍

ପାରାଦୀପ : ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ଆଜି ପାରାଦୀପରେ ପହଂଚିଛନ୍ତି ଟ୍ରାନ୍ସଲେଟର । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିଲା । ତେଣୁ  ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଅନୁବାଦକଙ୍କର  ସହଯୋଗ ନିଆଯାଇଛି । ସୂଚନା ଅନୁସାରେ ନଭେମ୍ବର ୧ ତାରିଖରେ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨୨ଟି ପ୍ୟାକେଟ କୋକେନ୍ ଜବତ ହୋଇଥିଲା । ଏଥିରେ ଥିଲା ପ୍ରାୟ ୨୦ କେଜିର କୋକେନ  ।

ଯାହାର ମୂଲ୍ୟ  ପାଖାପାଖି ୨୨୦ କୋଟି ହେବ ବୋଲି  ଅନୁମାନ କରାଯାଉଥିଲା ।  ପାନାମା ରେଜିଷ୍ଟ୍ରେସନ ଏହି ଜାହାଜ ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ଷ୍ଟିଲ ବୋଝେଇ କରି ପାରାଦୀପ ଅଭିମୁଖେ ଆସିଥିଲା । ଏହାର ସମସ୍ତ କ୍ରିୟୁ ମେମ୍ବର ଭିଏତନାମ ସହରର । ବିଶେଷ ସୂତ୍ରରୁ ଖବର ମିଳିବା ପରେ ଏହି ଜାହାଜ ରୁ କୋକେନ ଜବତ ହୋଇଥିବା ବେଳେ ସମସ୍ତ କ୍ରିୟୁ ମେମ୍ବରଙ୍କ ସହ ଜାହାଜର କ୍ୟାପଟେନଙ୍କୁ ପଚରା ଉଚରା କରାଯାଇଥିଲା। ତେବେ ଜାହାଜ ଭିତରକୁ ଏହି କୋକେନ କାହିଁକି ଆସିଥିଲା? କିଏ ଆଣିଥିଲା ? ଏହାର ଲକ୍ଷ୍ୟ ସ୍ଥଳ କେଉଁଠି ଥିଲା ?  ସେ ନେଇ ତଦନ୍ତ ଚାଲିଛି ।

Leave A Reply

Your email address will not be published.