Latest Odisha News

BREAKING NEWS

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ହୋମ୍ କ୍ବାରେନଣ୍ଟାଇନରେ ଡାକ୍ତର ଓ ନର୍ସ

ସମ୍ବଲପୁର: ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ବୁଧବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର ପାଞ୍ଚଜଣ ଡାକ୍ତର ଏବଂ ୧୦ ଜଣ ନର୍ସଙ୍କୁ ହୋମ୍ କ୍ବାରେନଣ୍ଟାଇନରେ ରଖାଯାଇଛି।

ଅନ୍ୟ ଚିକିତ୍ସା ପାଇଁ ଜଣେ କରୋନା ରୋଗୀ ଉକ୍ତ ମେଡିକାଲ କୁ ଆସିଥିବା ଜଣାପଡିବା ପରେ ମେଡିକାଲ ପରିସରରେ ଆତଙ୍କ ଖେଳିଯାଇଥିଲା।

ସୂଚନାନୁସାରେ, ଚିକିତ୍ସା ସମୟରେ ଡାକ୍ତର ଏବଂ ନର୍ସମାନେ ତାଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ସେମାନଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ହୋମ୍ କ୍ବାରେନଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହା ବ୍ୟତୀତ ସେମାନଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

Comments are closed.