Latest Odisha News

BREAKING NEWS

କାନପୁର ଏନକାଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେ ଗିରଫ

ମଧ୍ୟପ୍ରଦେଶ: ପୋଲିସ ସହ ଲୁଚକାଳି ଖେଳ ସରିଲା । ଧରାଦେଲା କାନପୁର ଏନକାଉଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଆଜି ତାକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଛି । କାନପୁରରେ ୮ ଜଣ ପୋଲିସକୁ ହତ୍ୟା କରିବା ପରଠୁ ଫେରାର ଥିଲା ।

ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର ନିକଟରୁ ବିକାଶ ଦୁବେକୁ ଗିରଫ କରାଯାଇଥିବା ସୂଚନା ମିଳିଛି । କୁହାଯାଉଛି, ସେ ଆତ୍ମସମର୍ପଣ କରିଥିଲା । ହେପାଜତରେ ନେଇଛି ମଧ୍ୟପ୍ରଦେଶ ପୋଲିସ । ସ୍ଥାନୀୟ କୋର୍ଟରେ ହାଜର ପରେ ବିକାଶକୁ ରିମାଣ୍ଡରେ ଆଣିବ ଉତ୍ତରପ୍ରଦେଶ ପୋଲିସ ।

ଗତ ୩ ତାରିଖରେ କାନପୁର ନିକଟ ବିକରୁ ଗାଁରେ ୮ ଜଣ ପୋଲିସକୁ ଗୁଳି କରି ହତ୍ୟା କରିଥିଲା ବିକାଶ ଦୁବେ । ତାପରଠୁ ଫେରାର୍ ଥିଲା । ମୋଷ୍ଟ ଓ୍ୱାଣ୍ଟେଡ ବିକାଶକୁ ଧରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ତାକୁ ଖୋଜୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ ।

ଏହି ସାତ ଦିନ ଭିତରେ ବିକାଶ ଦୁବେର ପାଞ୍ଚ ସହଯୋଗୀଙ୍କୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ । ଆଜି ସକାଳେ ପୃଥକ ପୃଥକ ଏନକାଉଣ୍ଟରରେ ଦୁଇ ଜଣ ସହଯୋଗୀ ପ୍ରଭାତ ଓ ବାହୁଆ ଦୁବେର ମୁଣ୍ଡ ଗଡ଼ିଥିଲା । ଉତ୍ତରପ୍ରଦେଶ ପୋଲିସର ଏଭଳି ଆକ୍ସନ ଦେଖି ଛାନିଆ ବିକାଶ ଦୁବେ ଶେଷରେ ଧରା ଦେଇଛି ।

Leave A Reply

Your email address will not be published.