Latest Odisha News

BREAKING NEWS

ସାତ ବର୍ଷ ପରେ ଫୁସ୍‌ଫୁସ୍‌ରୁ ବାହାରିଲା ଲବଙ୍ଗ

ଭୁବନେଶ୍ୱର: ପ୍ରାୟ ସାତ ବର୍ଷ ପୂର୍ବରୁ ଜଣେ ମହିଳା କଥାବାର୍ତ୍ତା ହେଉଥିବା ସମୟରେ ପାଟିରେ ପକାଇଥିଲେ ସାମାନ୍‌ୟ ଗୋଟିଏ ଲବଙ୍ଗ । ହଠାତ୍ କୌଣସି କଥାକୁ ନେଇ ସେ ଜୋରରେ ହସି ପକାଇଥିଲେ । ସେହି ସମୟରେ ତାଙ୍କୁ ହାଲକା କାଶ ହେବା ସହ ଲବଙ୍ଗ ତାଙ୍କ ବାୟୁ ନଳୀରେ ପ୍ରବେଶ କରିଥିଲା ।

ପ୍ରାୟ ୩ ବର୍ଷ ପରେ ମହିଳାଙ୍କୁ ନିୟମିତ ଭାବେ କାଶ ହେବା ସହ ଛାତି ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ଏପରିକି ତାଙ୍କର ଓଜନ ହ୍ରାସ ହେବା ସହ ପାଟିରୁ ରକ୍ତ ଲାଳ ମଧ୍ୟ ବାହାରିଥିଲା । ଏହା ପରେ ମହିଳା ଜଣକ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ତାଙ୍କ ବାମ ପଟ ଫୁସ୍‌ଫୁସ୍ କ୍ଷତିଗ୍ରସ୍ତ ହୋଇଥବା ଜଣାପଡିଥିଲା ।

ଅନେକ ଲୋକ ମହିଳାଙ୍କୁ କ୍ୟାନ୍ସର ହୋଇଥିବା ନେଇ ଅନୁମାନ କରିଥିଲେ । ହେଲେ ଶ୍ୱାସ ବିଶେଷଜ୍ଞ ଡାକ୍ତର ଅଶୋକ ଅର୍ବତ୍ କିନ୍ତୁ ବ୍ରୋଙ୍କୋସ୍ପପି ଜରିଆରେ ମହିଳାଙ୍କ ଫୁସ୍‌ଫୁସ୍‌ରେ କିଛି ଅଟକିଥିବା ଠାବ କରିଥିଲେ । ଏହା ପରେ ସର୍ଜରୀ ହୋଇଥିଲା । ସର୍ଜରୀ ପରେ ମହିଳାଙ୍କୁ ଫୁସ୍‌ଫୁସ୍‌ରୁ ସଫଳତା ସହ ଲବଙ୍ଗକୁ ବାହାର କରିବାରେ ଡାକ୍ତରୀ ଦଳ ସଫଳ ହୋଇଥିଲେ ।

 

Comments are closed, but trackbacks and pingbacks are open.