Latest Odisha News

ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଇଲା ବୁଲା କୁକୁର

ବାଲେଶ୍ୱର: ରାସ୍ତା ଉପରେ ପଡ଼ି ରହିଛି ନବଜାତ ଶିଶୁଙ୍କ ମୃତଦେହ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖର। ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି। ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା କୁକୁର ଏହାକୁ ଝୁଣୁଛନ୍ତି ।

ତେବେ ଏଠି ନବଜାତ ଶିଶୁଙ୍କର ମୃତଦେହ କିପରି ଆସିଲା ସେ ସମ୍ପର୍କରେ ଜଣାପଡ଼ିନି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି । ମେଡିକାଲ୍ ସମ୍ମୁଖରେ ଏଭଳି ଘଟଣା ସମ୍ପର୍କରେ ସେ ଖବର ପାଇଛନ୍ତି । ଏସମ୍ପର୍କରେ ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।

ତେବେ ବାଲେଶ୍ୱରରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ହେଉଛି। କାରଣ କେଉଁ ପରିସ୍ଥିତିରେ ଓ କିଏ ଏହି ଘଟଣା ପାଇଁ ଦାୟୀ ସେନେଇ ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

Comments are closed, but trackbacks and pingbacks are open.